Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    Share on :
    ajab-Image
    Date: Sep 1, 2025    Views: 3295

    ଭୁବନେଶ୍ବର : ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ସମୟ ଅବଧିକୁ  ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଦେୟ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ତେବେ ସାର୍ଟିଫିକେଟ ପ୍ରୋଗ୍ରାମରେ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମ ଲେଖା ଅବଧି ସମାପ୍ତ ହୋଇଯାଇଛି |

    ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ  ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଏ ବର୍ଷ   M.Sc.ରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିମଧ୍ୟରେ M.Sc. (Zoology), M.Sc. (Chemistry), M.Sc. (Analytical Chemistry), M.Sc. (Biochemistry), M.Sc. (Geoinformatics), M.Sc. (Physics), M.Sc. (Applied Statistics), M.Sc. (Geography) (MSCGG) ଏବଂ AICTE ସ୍ୱୀକୃତିପ୍ରାପ୍ତ MBA ଓ MCA ଅନ୍ୟତମ । ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍  ଇଗ୍ନୋ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ। ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡ଼ିଗ୍ରୀ କରିପାରିବେ। ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନୋର ୱେବସାଇଟରେ ପ୍ରଦାନ କରାଯାଇଛି  ବୋଲି ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ଜଣାଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook