Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଘରେ ଚାଲିଛି କି ମୂଷାଙ୍କର ଉପଦ୍ରବ ? ପ୍ରାକୃତିକ ଉପାୟରେ ପାଆନ୍ତୁ ଛୁଟକାରା

    Share on :
    ajab-Image
    Date: Jan 30, 2025    Views: 4070

    ଘରେ ମୂଷା ହେବା ଏକ ସାଧାରଣ କଥା। କିନ୍ତୁ ଯଦି ଏମାନେ ଆପଣଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରୁଛନ୍ତି, ତ ଏମାନଙ୍କୁ ଭଗାଇବା ନିହାତି ଜରୁରୀ। ମୂଷାମାନଙ୍କୁ ଘରୁ ଦୂରେଇ ରଖିବା ପାଇଁ ସାଧାରଣତଃ ସଫାସୁତରା ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ଏହା ସତ୍ତ୍ୱେ ଯଦି ଘରେ ମୂଷା ଆତଙ୍କ କମୁ ନାହିଁ, ତ କିଛି ଲୋକ ଔଷଧ ବ୍ୟବହାର କରି ଥାଆନ୍ତି। ତେବେ ଯଦି ଆପଣଙ୍କ ଘରେ କେହି ଛୋଟ ଛୁଆ କି ପୋଷା ଜୀବଜନ୍ତୁ ଥାଆନ୍ତି, ତା’ ହେଲେ ମୂଷାମରା ଔଷଧ ବ୍ୟବହାର କରିବା କ୍ଷତିକାରକ ହୋଇପାରେ। ତେଣୁ ଏମିତି ସ୍ଥିତିରେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ କହିବୁ। ଏହି ଜିନିଷଗୁଡ଼ିକ ପ୍ରାକୃତିକ ହୋଇଥିବା ବେଳେ ଏହାର ବାସ୍ନାରେ ମୂଷା ଘର ଛାଡ଼ି ପଳାଇବେ। ଆସନ୍ତୁ ଜାଣିବା ପ୍ରଭାବଶାଳୀ ତରିକା।

    ପିପରମିଣ୍ଟ ଅଏଲ୍‌: ମୂଷାମାନଙ୍କୁ ପିପରମିଣ୍ଟର ଗନ୍ଧ ଭଲ ଲାଗେ ନାହିଁ। ତେଣୁ ଆପଣ କିଛି କଟନ ବଲ୍‌କୁ ପିପରମିଣ୍ଟ ଏସେନ୍ସିଆଲ ଅଏଲରେ ବୁଡ଼ାନ୍ତୁ ଏବଂ ସେଗୁଡ଼ିକୁ ସେହି ଜାଗାରେ ରଖନ୍ତୁ, ଯେଉଁଠି ମୂଷା ସବୁବେଳେ ନଜର ଆସୁଛନ୍ତି। ଲଗାତାର କିଛିଦିନ ଯାଏ ଏହି କଟନ ବଲ୍ସକୁ ବଦଳାଇ ଚାଲନ୍ତୁ, ଯେପରି ଏହାର ଗନ୍ଧ ଦୀର୍ଘ ଦିନ ପର୍ଯ୍ୟନ୍ତ ରହି ପାରିବ।

    ଲବଙ୍ଗ: ଲବଙ୍ଗ ସ୍ୱାଦରେ ରାଗ ହୋଇଥାଏ, ଯଦ୍ଦ୍ଵାରା ଆପଣ ମୂଷାଙ୍କୁ ଭଗାଇ ପାରିବେ। ଏଥିପାଇଁ କିଛି ଲବଙ୍ଗକୁ ଛୋଟ ଛୋଟ କପଡ଼ାରେ ବାନ୍ଧି ଅଲଗା ଅଲଗା ସ୍ଥାନରେ ରଖି ଦିଅନ୍ତୁ। ଲବଙ୍ଗ ତେଲକୁ ଆପଣ କପଡ଼ାରେ ଭିଗେଇ ବି ବ୍ୟବହାର କରି ପାରିବେ।

    ନାଲି ଲଙ୍କା: ମୂଷା ଯେଉଁ ବାଟେ ଯିବା ଆସିବା କରୁଛନ୍ତି, ସେହି ସବୁ ସ୍ଥାନରେ ନାଲି ଲଙ୍କା ଗୁଣ୍ଡ ପକାଇ ଦିଅନ୍ତୁ। ଛୋଟ ପିଲା କି ପୋଷା ଜୀବ ଥିଲେ ଆପଣ କପଡ଼ା ବାନ୍ଧି ରଖି ପାରିବେ।

    ପିଆଜ: ଘରର ଏଠି ସେଠି କଞ୍ଚା ପିଆଜ ଖଣ୍ଡ ରଖି ଆପଣ ମୂଷା ଭଗାଇ ପାରିବେ।

    ବେକିଂ ସୋଡା: ମୂଷା ଯିବା ଆସିବା କରୁଥିବା ସ୍ଥାନରେ ବେକିଂ ସୋଡା ରାତିରେ ପକାଇ ଛାଡ଼ି ଦିଅନ୍ତୁ। ସକାଳେ ଉଠି ଏହି ପାଉଡର ସଫା କରି ନିଅନ୍ତୁ। ଏମିତି ୨-୩ ଦିନ ଯାଏ ଦୋହରାନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook