Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହୋଲି ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

    Share on :
    ajab-Image
    Date: Mar 4, 2026    Views: 3325

     ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ହିଁ ରଙ୍ଗ । ସାରା ଓଡ଼ିଶା ଆଜି ରଙ୍ଗ ଓ ଉଲ୍ଲାସରେ ଭିଜିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ରଙ୍ଗ ଖେଳି, ପରସ୍ପରକୁ ଅଭିନନ୍ଦନ ଜଣାଇ ଓ ମିଠା ବଣ୍ଟନ କରି ଏହି ପର୍ବକୁ ଉତ୍ସାହର ସହ ପାଳନ କରୁଛନ୍ତି । ପିଲାଠୁ ବୃଦ୍ଧ, ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।
    ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, "ରଙ୍ଗର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଶୁଭକାମନା। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ, ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।"

     

    Maximum 500 characters

    ତାଜା ଖବର View all

    Find Us on Facebook