Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହୋଲି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Mar 4, 2026    Views: 2841

     ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ହିଁ ରଙ୍ଗ । ସାରା ଓଡ଼ିଶା ଆଜି ରଙ୍ଗ ଓ ଉଲ୍ଲାସରେ ଭିଜିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ରଙ୍ଗ ଖେଳି, ପରସ୍ପରକୁ ଅଭିନନ୍ଦନ ଜଣାଇ ଓ ମିଠା ବଣ୍ଟନ କରି ଏହି ପର୍ବକୁ ଉତ୍ସାହର ସହ ପାଳନ କରୁଛନ୍ତି । ପିଲାଠୁ ବୃଦ୍ଧ, ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ଓ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ପୋଷ୍ଟ କରି କହିଛନ୍ତି, "ସବୁ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା । ରଙ୍ଗ ଏବଂ ଉତ୍ସାହର ଏହି ପର୍ବ ସମସ୍ତଙ୍କ ପାଇଁ ଆନନ୍ଦ ଆଣିଦେଉ । ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଏବଂ ସଫଳତାର ରଙ୍ଗରେ ପରିପୂର୍ଣ୍ଣ ହେଉ । ହୋଲି ପର୍ବ ସମଗ୍ର ପରିବେଶକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଦିଏ । ଏହି ପର୍ବର ଏହା ହିଁ ମହାନ ବେଶେଷତା । ଖୁସିର ରଙ୍ଗ ସବୁଠି ବିସ୍ତାରିତ ହେବା ସହିତ ସମସ୍ତେ ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook