Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

    Share on :
    ajab-Image
    Date: Mar 4, 2026    Views: 2623

    ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ହିଁ ରଙ୍ଗ । ସାରା ଓଡ଼ିଶା ଆଜି ରଙ୍ଗ ଓ ଉଲ୍ଲାସରେ ଭିଜିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ରଙ୍ଗ ଖେଳି, ପରସ୍ପରକୁ ଅଭିନନ୍ଦନ ଜଣାଇ ଓ ମିଠା ବଣ୍ଟନ କରି ଏହି ପର୍ବକୁ ଉତ୍ସାହର ସହ ପାଳନ କରୁଛନ୍ତି । ପିଲାଠୁ ବୃଦ୍ଧ, ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦେଶ ଓ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।
    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଲି ଶୁଭେଚ୍ଛା ଜଣାଇ Xରେ ଲେଖିଛନ୍ତି, "ସବୁ ଦେଶବାସୀଙ୍କୁ ମୋର ହୋଲିର ହାର୍ଦ୍ଦିକ ଶୁଭେଚ୍ଛା । ରଙ୍ଗର ଏହି ପର୍ବ ଲୋକଙ୍କ ଜୀବନରେ ପ୍ରେମ ଏବଂ ଆଶା ସଂଚାର କରେ । ଏକତା ଏବଂ ଭାଇଚାରା ମଜବୁତ କରେ । ମୁଁ କାମନା କରୁଛି ଯେ, ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଆଣୁ । ଆମେ ଏକାଠି ଏକ ବିକଶିତ ରାଷ୍ଟ୍ର ଗଠନରେ ଯୋଗଦାନ ଦେବା ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook