Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Mar 4, 2026    Views: 2583

    ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଏଥିଲାଗି ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ହୋଲି ପର୍ବକୁ ବଡ ଧୁମଧାମ ସହକାରେ ପାଳନ କରୁଛନ୍ତି। ରଙ୍ଗର ଅବିରରେ ରଙ୍ଗୀନ୍ ସମସ୍ତେ । ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାସହ କିଛି କିଛି ସ୍ଥାନରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଛି ।

    ତେବେ ଏହି ଅବସରରେ ଆଜି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ। ରଙ୍ଗର ଉତ୍ସବ ଜୀବନରେ ନୂତନ ଆଶା ଓ ସମ୍ଭାବନା ଭରିଦେଉ। ମୋର ଅନୁରୋଧ, ପରିବେଶକୁ ସୁହାଇଲା ଭଳି ପ୍ରାକୃତିକ ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ। ନିରାପଦରେ ରହି ଖୁସି ବାଣ୍ଟନ୍ତୁ ଏବଂ ହୋଲିକୁ ଶାନ୍ତିପୂର୍ଣ୍ଣ ଭାବେ ଉପଭୋଗ କରନ୍ତୁ।

    ଅନ୍ୟପଟେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମଧ୍ୟ ହୋଲି ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ, ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook