ରଙ୍ଗର ପର୍ବ ହୋଲି ପାଇଁ ପ୍ରାୟ ସମସ୍ତେ ଭାବାତୁର ହୋଇ ଆପେକ୍ଷା କରିଥାନ୍ତି । ଏହା ଭାରତର ଗୋଟିଏ ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ କିଛିଟା ସ୍ଥାନ ଏଭଳି ରହିଛି ଯେଉଁଠି ଏହି ପର୍ବକୁ ପାଳନ କରାଯାଏ ନାହିଁ । ଯେଉଁଠି ହୋଲି ବିଲକୁଲ ବି ଖେଳାଯାଏ ନାହିଁ । ଆସନ୍ତୁ ଜାଣିବା ସେହି ଯାଗା ଗୁଡ଼ିକ ବିଷୟରେ...
- ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଦୁର୍ଗାପୁର ଗ୍ରାମରେ ଲୋକମାନେ ହୋଲିର ପର୍ବକୁ ଭୟ କରିଥାନ୍ତି । ଏଠାରେ ହୋଲି ଦିନ ଲୋକମାନେ ଭୁଲରେ ମଧ୍ୟ ରଙ୍ଗ ଖେଳନ୍ତି ନାହିଁ । ସେମାନଙ୍କ ଧାରଣା ରହିଛି ଯେ, ଯଦି ହୋଲି ଖେଳିବେ ତାହାଲେ ବିପଦ ମାଡ଼ି ଆସିବ । ଏକ ପୌରାଣିକ କଥା ଅନୁସାରେ ଏହି ଗ୍ରାମର ଶାସକ ଥିଲେ ରାଜା ଦୁର୍ଗା ଦେବ, ସେହି ରାଜାଙ୍କ ପୁତ୍ରଙ୍କର ହୋଲି ଦିନ ମୃତ୍ୟୁ ହୋଇଗଲା । ଯଦି କେବେବି ଏହି ସ୍ଥାନରେ ହୋଲି ପର୍ବ ଆରମ୍ଭ ହୋଇଛି ସେତେବେଳେ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ସ୍ଥାନରେ ମରୁଡ଼ି ପଡ଼ିଯାଏ । ଏହି ରାଜା ସେଥିପାଇଁ ନିଜ ମୃତ୍ୟୁ ପୂର୍ବରୁ ଆଦେଶ ଦେଇଥିଲେ ଯେ ତାଙ୍କ ଗ୍ରାମରେ କେବେବି ହୋଲି ପାଳନ ହେବ ନାହିଁ ।
- ଭାରତରେ ଏଭଳି ଗୋଟାଏ ସ୍ଥାନ ରହିଛି ଯେଉଁଠି ହୋଲିରେ ରଙ୍ଗ ନଖେଳି ଶୋକ ସଭା କରିଥାନ୍ତି । ଏହି ଗ୍ରାମଟି ହେଉଛି ରାୟ ବରେଲୀ ସ୍ଥିତ ଡଲମଉ ଅଞ୍ଚଳର ଖଜୁରୀ ଗ୍ରାମ । ଏଠାରେ ଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି ଯେ ପୁରୁଣା ସମୟରୁ ଖଜୁରୀ ଗ୍ରାମର କିଲ୍ଲାକୁ ମୋଗଲ ଶାସକ ହୋଲି ଦିନ ଧ୍ୱସ୍ତ କରିଦେଇଥିଲେ । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ।ଇଥିଲା । ଏଠାରେ ହୋଲି ଦିନ ଘଟଣାଟି ଘଟିଥିବା କାରଣରୁ ଏଠାରେ ହୋଲି ପାଳନ କର।।ଏ ନାହିଁ ।
- ରାଜସ୍ଥାନ ବ୍ରହ୍ମଣ ଜାତିର ଚୋବାଟିଆ ଜୋଷୀ ଜାତିର ଲୋକମାନେ ହୋଲି ପାଳନ କରନ୍ତି ନାହିଁ । କାରଣ ଏହି ଜାତିର ଜଣେ ମହିଳାଙ୍କ ପୁତ୍ର ହୋଲିକା ଦହନ ସମୟରେ ନିଆଁରେ ଜଳି ମୃତ୍ୟୁ ବରଣ କରିଥିଲା । ସେହିଦିନ ଠାରୁ ସେଠାରେ ହୋଲି ପର୍ବ ପାଳନ କର।।ଏ ନାହିଁ । କୁହ।।ଏ ଯେ ଏହି ଗ୍ରାମରେ ହୋଲି ପାଳନ ହେଲେ ଲୋକମାନେ କଷ୍ଟ ଭୋଗ କରିବେ ।
Comments ସମସ୍ତ ମତାମତ