Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଓଡ଼ିଶା ଫେରିବ ହକି ଇଣ୍ଡିଆ ଲିଗ୍‌

    Share on :
    ajab-Image
    Date: Jul 13, 2024    Views: 3833

    କଟକ  : ଓଡ଼ିଶା ଫେରିବ ହକି ଇଣ୍ଡିଆ ଲିଗ୍‌। ହକି ଇଣ୍ଡିଆ ଲିଗ୍‌ ୨୦୨୪ -୨୫ ଆସନ୍ତା ଡିସେମ୍ବର ୨୭ରୁ ଫେବୃଆରୀ ୧ ପର୍ୟ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ। ୭ ବର୍ଷ ପରେ ପୁଣି ଥରେ ହକି ଇଣ୍ଡିଆ ଲିଗ୍‌ ଆୟୋଜିତ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି ଏଥର ପୁରୁଷ ଓ ମହିଳା ବର୍ଗରେ ହକି ଇଣ୍ଡିଆ ଲିଗ୍‌ ଆୟୋଜିତ ହେବାକୁ ଯାଉଛି। ପୁରୁଷରେ ୮ ଓ ମହିଳାରେ ୬ଟି ଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ରାଉରକେଲା ଓ ରାଞ୍ଚିରେ ଖେଳାଯିବ। ଓଡ଼ିଶାରୁ ଗୋଟିଏ ଦଳ ଏଥିରେ ସାମିଲ ହେବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍‌ ଲାଗି ପୁରୁଷ ଓ ମହିଳା ବର୍ଗରେ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହାଛଡ଼ା ବିଭିନ୍ନ ଦଳ ଲାଗି ପ୍ରଶିକ୍ଷକ ଓ ସହଯୋଗୀ ସଦସ୍ୟ ନିଯୁକ୍ତ ଲାଗି ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ପୂର୍ବରୁ ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍ସର୍ସ ଅଂଶଗ୍ରହଣ କରୁଥିଲା। କଳିଙ୍ଗ ଲାନ୍ସର୍ସ ଦଳ ଇଡ୍‌କୋ ଓ ଏମ୍‌ସିଏଲ ସହଯୋଗ​‌ରେ ଅଂଶଗ୍ରହଣ କରିଥିଲା। ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାରୁ ଉଭୟ ପୁରୁଷ ଓ ମହିଳାରେ ଗୋଟିଏ ଲେଖାଏଁ ଦଳ ଅଂଶଗ୍ରହଣ କରିବେ।  ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏସଲ) ୨୦୧୩ରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଓଡ଼ିଶାରୁ କଳିଙ୍ଗ ଲାନ୍ସର୍ସ ଅଂଶଗ୍ରହଣ କରିଥିଲା। କଳିଙ୍ଗ ଲାନ୍ସର୍ସର ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡ଼ିୟମ ରହିଥିଲା। ପ୍ରଥମ ସଂସ୍କରଣରେ କଳିଙ୍ଗ ଲାନ୍ସର୍ସ ୬ଷ୍ଠ ସ୍ଥାନ ହାସଲ କରିଥିଲା। ୨୦୧୫ରେ ୫ମ ସ୍ଥାନ, ୨୦୧୬ରେ ରନର୍ସଅପ ହୋଇଥିଲା। ୨୦୧୭ରେ ଚମ୍ପିଆନ ହୋଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook