Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରଙ୍କ ଅନୁମତି ବିନା ଜମି ବିକ୍ରି କରିବା ଅବୈଧ- ହାଇକୋର୍ଟ

    Share on :
    ajab-Image
    Date: Jan 18, 2026    Views: 2475

    କଟକ: ରାଜ୍ୟ ସରକାରଙ୍କ ଅନୁମତି ବିନା ଅନୁସୂଚିତ ଜାତି(ଏସ୍‌ସି )ବର୍ଗର ଜମି ବିକ୍ରି କରିବା ଅବୈଧ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ରମଣୀମଣି ବେହେରାଙ୍କ ପକ୍ଷରୁ ଆଗତ ମାମଲା ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ରାୟ ଦେଇଛନ୍ତି ।ମାମଲାରୁ ଜଣାଯାଇଛି ଯେ, ମୟୂରଭଞ୍ଜ ଜିଲ୍ଲାର ରମଣୀମଣି ବେହେରା (ସାଧାରଣ ବର୍ଗ) ୧୯୬୯ ଏବଂ ୧୯୭୨ ମସିହାରେ ଭାଗବତ ବେହେରା ଓ ଶମ୍ଭୁ ବେହେରା (ଅନୁସୂଚିତ ଜାତି)ଙ୍କ ଠାରୁ କିଛି ଜମି କିଣିଥିଲେ । ଓଡ଼ିଶା ଭୂସଂସ୍କାର ଅଧିନିୟମ (ଓଏଲଆର ଆକ୍ଟ)ର ଧାରା ୨୨ ଅନୁଯାୟୀ, ଏଭଳି ବିକ୍ରି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ଆବଶ୍ୟକ । କିନ୍ତୁ ଏହି ଜମି ବିକ୍ରିଖର୍ଦ୍ଦି ପୂର୍ବରୁ ଏଭଳି କୌଣସି ଅନୁମତି ନିଆଯାଇ ନଥିଲା । ଏହି ଆଧାରରେ ତାଙ୍କ ଆବେଦନକୁ ମୟୂରଭଞ୍ଜ ଜିଲ୍ଲାପାଳ ଖାରଜ କରି ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

    ଆବେଦନକାରିଣୀଙ୍କ ପକ୍ଷରୁ ଯୁକ୍ତିରେ କୁହାଯାଇଥିଲା କି, ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଜମିକୁ ଦଖଲ କରି ରଖିଥିବାରୁ ଏହା ଉପରେ ତାଙ୍କର ମାଲିକାନା ସତ୍ତ୍ୱ ରହିଛି । ସେ ଏହି ଜମିର ପ୍ରକୃତ ମାଲିକ । ତେଣୁ ତାଙ୍କ ନାମରେ ଏହି ଜମିକୁ କରାଯିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ଜମି ହସ୍ତାନ୍ତର ଆଇନଗତ ଭାବେ ଅବୈଧ, ତେବେ ସେଠାରେ "ପ୍ରତିକୂଳ ଦଖଲ' (ଆଡଭର୍ସ ପଜେସନ୍) ର ଦାବି ଗ୍ରହଣଯୋଗ୍ୟ ନୁହେଁ । ଏହି ଆଧାରରେ ହାଇକୋର୍ଟ ଆବେଦନକାରିଣୀଙ୍କ ପିଟିସନ୍କୁ ଖାରଜ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ୍ ରଖିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook