Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆଥଲେଟ ହେମା ଦାସ

    Share on :
    ajab-Image
    Date: Jan 15, 2025    Views: 3348

    ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପ୍ରକ୍ଷାତ ଆଥଲେଟ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ହେମା ଦାସ । ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ସକ୍ଷାତ କରିଛନ୍ତି ହେମା । ସକ୍ଷାତକାର ସମୟରେ ବିଭିନ୍ନ ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବିଶ୍ବସ୍ତରୀୟ କ୍ରୀଡା ପାଇଁ ପ୍ରତିଷ୍ଠା କରାଯାଇଥିବା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ ହେମା । ଏହାଦ୍ବାରା ଅନେକ କ୍ରୀଡାବିତଙ୍କ ଭବିଷ୍ୟତ ଉଜ୍ବଳ ହୋଇପାରିଛି। କ୍ରୀଡ଼ାକ୍ଷେତ୍ରରେ ଉଚ୍ଚକୋଟିର ପ୍ରଦର୍ଶନକୁ ନବୀନ ପ୍ରଶଂସା କରିବା ସହ ହେମାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ନବୀନ ।

    Maximum 500 characters

    ରାଜନୀତି View all

    Find Us on Facebook