Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    Share on :
    ajab-Image
    Date: May 17, 2025    Views: 3572

    କେଦାରନାଥ: ଉତ୍ତରାଖଣ୍ଡ କେଦାରନାଥ ଧାମରେ ଶନିବାର ଏମର୍ଜେନ୍ସୀ ଲ୍ୟାଣ୍ଡିଂ କାଳରେ ହେଲିକପ୍ଟର ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଛି। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ଏଥିରେ ଥିବା ଦୁଇଜଣ ଡାକ୍ତର ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲି ଆମ୍ବୁଲାନ୍ସ ଅବତରଣ କାଳରେ ଏଥିରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ଏହି ସମୟରେ ହେଲିକପ୍ଟରରେ ୨ ଜଣ ଡାକ୍ତର ଥିଲେ ଓ ସେମାନଙ୍କୁ କେଦାରନାଥ ହେଲିପ୍ୟାଡରେ ଲ୍ୟାଣ୍ଡ କରାଯାଉଥିଲା। 

    ଲ୍ୟାଣ୍ଡିଂ କାଳରେ ହେଲିକପ୍ଟରର ପିଛିଲା ଭାଗ ଭାଙ୍ଗି ପଡିଥିଲା। ଫଳରେ ହେଲିପ୍ୟାଡରେ ଆତଙ୍କ ଖେଳିଯାଇଥିଲା। ତେବେ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଲ୍ୟାଣ୍ଡ କରାଇ ଦେଇଛନ୍ତି। ସୂଚନା ଅନୁସାରେ ଏହି ହେଲି ଆମ୍ବୁଲାନ୍ସଟି ଋଷିକେଶ ଏମସ୍ ର ଥିଲା। ଏଥିରେ ଚିକିତ୍ସକଙ୍କ ଏକ ୩ ସଦସୀୟ ଟିମ୍ ଯାତ୍ରା କରୁଥିଲା। ଚିକିତ୍ସକ ଦଳ କେଦାରନାଥ ଧାମରୁ କୌଣସି ରୋଗୀଙ୍କୁ ଋଷିକେଶ ଏମସ୍ କୁ ନେଇ ଯାଉଥିଲେ। ତେବେ ଯାତ୍ରାର କିଛି ସମୟ ପରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଣୁ ହେଲି ଆମ୍ବୁଲାନ୍ସକୁ ଜରୁରି ଅବତରଣ କରିବାକୁ ପଡିଥିଲା। ଏହି ଦୁର୍ଘଟଣାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook