Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାର୍ଚ୍ଚ ଆରମ୍ଭ ସହ ତାତି ବଢ଼ିଛି

    Share on :
    ajab-Image
    Date: Mar 2, 2026    Views: 3440

    ଭୁବନେଶ୍ଵର: ମାର୍ଚ୍ଚ ମାସ ଆରମ୍ଭ ସହ ତାତି ଆହୁରି ବଢ଼ିଛି । ମାସର ପ୍ରଥମ ଦିନରେ ରାଜ୍ୟର ୪ ସହରରେ ପାରଦ ୩୬ ଡିଗ୍ରୀ ଡେଇଁଛି । ୩୬.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ଵର ସହ ସୋନପୁର ଓ ବାରିପଦାରେ ପାରଦ ୩୬ ଉପରେ ରହିଛି ।
    ଭୁବନେଶ୍ୱର ଓ ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରିପଦାରେ ୩୬ ଡିଗ୍ରୀ ରହିଛି । ସେହିଭଳି ରାଜ୍ୟର ୬ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ସନ୍ଧ୍ୟା ବୁଲେଟିନ୍‌ରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଚାନ୍ଦବାଲିରେ ପାରଦ ୩୫.୮ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୫.୬ ଡିଗ୍ରୀ, ତାଳଚେରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୫.୪ ଡିଗ୍ରୀ, ବଲାଙ୍ଗିରରେ ୩୫ ଡିଗ୍ରୀ, ଢେଙ୍କାନାଳରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଛି ।
    ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । କୌଣସି ଜିଲ୍ଲାକୁ ପାଣିପାଗ ସମ୍ବନ୍ଧୀୟ ଆଲର୍ଟ ଜାରି ହୋଇ ନାହିଁ । ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ଆଶଙ୍କା ନାହିଁ । ସର୍ବୋଚ୍ଚ ଦିନ ତାପମାତ୍ରା ପାଖାପାଖି ୩୬ ଡିଗ୍ରୀ ଓ ସର୍ବିନିମ୍ନ ତାପମାତ୍ରା ୨୩ ଡିଗ୍ରୀ ପାଖାପାଖି ରହିପାରେ ।

    ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଦିନ ସାରାଦେଶରେ ରହିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।ପୂର୍ବ ଭାରତ ଏବଂ ପୂର୍ବକେନ୍ଦ୍ରୀୟ ଭାରତରେ ସ୍ଵାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇପାରେ । ସେହିଭଳି ଦକ୍ଷିଣପୂର୍ବ ଭାରତ ଏବଂ ଉତ୍ତରପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଦିକ ରହିବ ।ଦେଶରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇବ । ଓଡ଼ିଶା ସହ ପଶ୍ଚିମ ରାଜସ୍ଥାନ, ଗୁଜରାଟ, ହରିୟାଣା, ଦକ୍ଷିଣ ଏବଂ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଉତ୍ତର ତାମିଲନାଡ଼ୁରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଧିକ ରହିବ ।

    Maximum 500 characters

    ତାଜା ଖବର View all

    Find Us on Facebook