Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶେଖ୍‌ ହସିନାଙ୍କୁ ୬ ମାସ ଜେଲ୍‌ଦଣ୍ଡ

    Share on :
    ajab-Image
    Date: Jul 2, 2025    Views: 7616

    ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ହସିନାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
    ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଅନ୍ତର୍ଜାତୀୟ ଅପରାଧ ଅଦାଲତଙ୍କ ଖଣ୍ଡପୀଠର ଅଧ୍ୟକ୍ଷତା ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାର କରିଥିଲେ। ପ୍ରଥମ ଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook