ନୂଆଦିଲ୍ଲୀ: ହରିୟାଣାରେ ମିଛ ହେବକି ଏକଜିଟ ପୋଲ । କାହିଁକିନା ବୁଥ ବାହୁଡା ଜନମତ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଏବେ ଭୋଟ ଗଣତିରେ କିନ୍ତୁ ପରିବର୍ତ୍ତନ ଦେଇଖିବାକୁ ମିଳିଛି । ଟ୍ରେଣ୍ଡରେ ରହିଛି ବିଜେପି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୫୦ଟି ଆସନରେ ଆଗୁଆ ରହିଛି । ସେଥିମଧ୍ୟରୁ ୨ଟି ଆସନରେ ବିଜେପି ବାଜିମାତ କରିସାରିଛି । ସେହିପରି କଂଗ୍ରେସ ୩୫ଟି ଆସନରେ ଆଗୁଆ ଥିବାବେଳେ ୨ଟି ଆସନରେ ଜିତିସାରିଛି । ସେହିପରି ଭାରତୀୟ ଜାତୀୟ ଲୋକଦଳ ଓ ବହୁଜନ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷରେ ୩ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।
Comments ସମସ୍ତ ମତାମତ