Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର

    Share on :
    ajab-Image
    Date: Sep 1, 2025    Views: 3457

    ଆଠମଲ୍ଲିକ : ସ୍ତ୍ରୀର ପରକୀୟା ପ୍ରୀତିରେ ବଳି ପଡ଼ିଗଲା ସ୍ଵାମୀ। ପ୍ରେମିକର ଗୁଳିମାଡ଼ରେ ସ୍ଵାମୀ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା କମଳପୁର ଗାଁର ଦଳିତ ବସ୍ତିରେ ଏଭଳି ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ଉକ୍ତ ବସ୍ତିର କ୍ଷୀରୋଦ ନାଏକ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ସୁରଭି ନାଏକଙ୍କୁ ଗୁଳି ମାରିଛି। ଏହି ଘଟଣାକୁ ନେଇ ଦଳିତ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି। 

    ସୂଚନାନୁଯାୟୀ, ଆଠମଲ୍ଲିକ ଥାନା କମଳପୁର ଗାଁର ସୁରଭି ନାଏକ ଓ କ୍ଷୀରୋଦ ନାଏକ ଉଭୟ ବିବାହିତ ଓ ଉଭୟଙ୍କର ପିଲାଛୁଆ ଅଛନ୍ତି।କିଛି ବର୍ଷ ହେବ ସୁରଭିଙ୍କ ପତ୍ନୀଙ୍କ ସହିତ କ୍ଷୀରୋଦଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମ ବ୍ୟାପାରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଲାଗି ରହୁଥିଲା। ସୁରଭିଙ୍କ ସ୍ତ୍ରୀ ଗତ ୧୨ ଦିନ ହେବ ପିଲାଛୁଆଙ୍କୁ ଛାଡି କୁଆଡେ ପଳାଇଛନ୍ତି। କ୍ଷୀରୋଦ ତାଙ୍କ ସ୍ତ୍ରୀକୁ ଲୁଚାଇ ରଖିଥିବା ସୁରଭି ଅଭିଯୋଗ ଆଣିଥିଲେ। ଏହାକୁ କେନ୍ଦ୍ରକରି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କ୍ଷୀରୋଦ ଏକ ବନ୍ଧୁକ ଆଣି ସୁରଭିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରଭିଙ୍କ ଡାହାଣ ପାଖ କାନ୍ଧ ଓ ଅଣ୍ଟା ପାଖରେ ୨ ଟି ଗୁଳି ବାଜିଛି। ଲହୁଲୁହାଣ ଅବସ୍ଥାରେ ତାଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି। ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆଠମଲ୍ଲିକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ଅଭିଯୁକ୍ତ କ୍ଷୀରୋଦ ନାଏକ ଫେରାର ଥିବା ଜଣାପଡିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook