ମୁଖ୍ୟ ଖବର
ରାଉରକେଲା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତ ଦୋକାନୀ ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳର ଶିବ ଶଙ୍କର ସାହୁ ବୋଲି ଜଣାପଡ଼ିଛି। ରାଉରକେଲା ଚାନ୍ଦିପୋଷ ଥାନା ତାମରା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏହି ଗୁଳିକାଣ୍ଡ।
ମିଳିଥିବା ସୂଚନାନୁଯାୟୀ ଦୁର୍ବୃତ୍ତ ଦୁଇଜଣ ବାଇକ୍ରେ ଆସି ଦୋକାନୀଙ୍କୁ ଟଙ୍କା ମାଗିଥିଲେ। ଦୋକାନୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ୍ ଦୁର୍ବୃତ୍ତ ଦୁଇଜଣ ୪/୫ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ରାତି ୯ଟାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁଳିକାଣ୍ଡର ସିସିଟିଭି ଫୁଟେଜରୁ ଗୁଳିକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଛି। ପୋଲିସର ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି।
Comments ସମସ୍ତ ମତାମତ