ମୁଖ୍ୟ ଖବର
ଭୁବନେଶ୍ୱର,: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳି ମାଡ଼ । ଗୁଳି ମାଡରେ ଆହାତ ହୋଇଛନ୍ତି ଯୁବକ । ଆହାତ ଯୁବକ ହେଉଛନ୍ତି ଗୁଆପୁର ଗ୍ରାମର ଦିପ୍ତି ରଞ୍ଜନ ମହାପାତ୍ର । ଦିପ୍ତିଙ୍କ ବାମ ହାତରେ ବାଜିଛି ଗୁଳି। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲିପାଟଣା ଥାନା ପୋଲିସ ପହଞ୍ଚି ଛନଭିନ୍ କରୁଛି ।
ସୂଚନା ମୁତାୂକ, ଦିପ୍ତି ବାଲିପାଟଣା ଥାନା ନିକଟ ଭଡା ଘର ବାରଣ୍ଡାରେ ରାତ୍ରି ପ୍ରାୟ ୧୨ ଟାରେ ବସିଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ବାଇକ୍ରେ ଆସି ଦିପ୍ତିଙ୍କୁ ଗୁଳି ମାଡ଼ କରିଥିଲେ । ଏହା ଦେଖି ଦିପ୍ତି ଦୌଡ଼ି ଯିବାକୁ ଚେଷ୍ଟା କରିଥିଲେ । ହେଲେ ଦିପ୍ତିଙ୍କ ବାମ ହାତରେ ଗୁଳି ବାଜିଥିଲା । ଏହା ପରେ ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Comments ସମସ୍ତ ମତାମତ