ମୁଖ୍ୟ ଖବର
ଅହମଦାବାଦ : ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି) ୩୩ ରନରେ ଗୁଜରାଟ ଟାଇଟନ୍ସ (ଜିଟି)କୁ ପରାସ୍ତ କରିଛି। ଲକ୍ଷ୍ନୌ ଦ୍ୱାରା ପ୍ରଦତ୍ତ ୨୩୬ ରନର ଟାର୍ଗେଟର ପିଛା କରୁଥିବା ଗୁଜରାଟ ୨୦ ଓଭରରେ ୯ ଉଇକେଟ ହରାଇ ୨୦୨ ରନ୍ କରିଥିଲା। ପୂର୍ବରୁ ପ୍ଲେଅଫ୍ରୁ ବାଦ୍ ପଡ଼ିଥିବା ଲକ୍ଷ୍ନୌ ଲାଗି ଏହା ଷଷ୍ଠ ବିଜୟ।
ାମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୩୫ ରନ୍ କରିଥିଲା। ମିଚେଲ ମାର୍ଶ ୬୪ ବଲରେ ୧୦ ଚୌକା ଓ ୮ ଛକା ସହିତ ୧୧୭ ରନର ଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ଥିଲା। ନିକୋଲସ ପୁରନ ୨୭ ବଲରେ ୫୬ (୪ ଚୌକା ଓ ୫ ଛକା) ଓ ଏଡେନ ମାରକ୍ରାମ ୩୬ (୩ ଚୌକା ଓ ୨ ଛକା) ରନ କରିଥିଲେ। ଜବାବରେ ଗୁଜରାଟକୁ ଶୁବମନ ଗିଲ ଓ ସାଇ ସୁଦର୍ଶନ ୪୬ ରନ୍ର ଆରମ୍ଭ ଦେଇଥିଲେ।
ପ୍ରଥମେ ସୁଦର୍ଶନ ୨୧ (୪ ଚୌକା) ଓ ତାଙ୍କ ପଛରେ ଗିଲ ୩୫ (୭ ଚୌକା) ଏବଂ ଜୋସ ବଟଲର ୩୩ (୩ ଚୌକା ଓ ୨ ଛକା) ରନ୍ କରି ପାଭିଲିଅନ ଫେରିଥିଲେ। ପରେ ଶାହରୁଖ ଖାନ ଓ ଶେର୍ଫାନେ ରଦରଫୋର୍ଡ ଚତୁର୍ଥ ଉଇକେଟରେ ୩୯ ବଲରେ ଦ୍ରୁତ ୮୬ ରନ ଯୋଡ଼ିଥିଲେ। ହେଲେ ତାହା ଦଳକୁ ଜିତାଇ ପାରି ନ ଥିଲା। ଦଳ ପାଇଁ ଶାହରୁଖ ଖାନ ୨୯ ବଲରେ ୫୭ (୫ ଚୌକା ଓ ୩ ଛକା) ଓ ରଦରଫୋର୍ଡ ୩୮(୧ ଚୌକା ଓ ୩ ଛକା) ରନ କରି ଥିଲେ। ଫଳରେ ଗୁଜରାଟ ୨୦ ଓଭରରେ ୯ ଉଇକେଟ ହରାଇ ୨୦୨ ରନ୍ କରିପାରିଥିଲା।
Comments ସମସ୍ତ ମତାମତ