Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀରେ ସ୍କୁଲ ପାଇଁ ନିୟମ କୋହଳ କଲେ ସୁପ୍ରିମକୋର୍ଟ

    Share on :
    ajab-Image
    Date: Nov 29, 2024    Views: 4665

    ଦିଲ୍ଲୀରେ ଆହୁରି ୩ ଦିନ ଲାଗୁ ରହିବ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ର ୪ର୍ଥ ପର୍ଯ୍ୟାୟ ନିୟମ । ଗ୍ରାପ୍-୪ ଅଧୀନରେ ଜରୁରୀକାଳୀନ ପଦକ୍ଷେପଗୁଡ଼ିକୁ କୋହଳ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଡିସେମ୍ବର ୨ ଯାଏ ନିୟମ ଲାଗୁ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ନ ହେବା ପାଇଁ ବିଦ୍ୟାଳୟ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି ।

    ଗ୍ରାପ୍-୪ ଅଧୀନରେ ସ୍କୁଲ ନିୟମକୁ କୋର୍ଟ ଢିଲା ଦେଇଛନ୍ତି ଏବଂ କମିଶନ ଫର୍ ଏୟାର କ୍ଵାଲିଟି ମ୍ୟାନେଜମେଣ୍ଟକୁ ପ୍ରତିବନ୍ଧକ କୋହଳ ଉପରେ ବିଚାର କରିବାକୁ କହିଛନ୍ତି । ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକ ହାଇବ୍ରିଡ୍ ମୋଡରେ ଚାଲିପାରିବ । ଅର୍ଥାତ୍ ବିଦ୍ୟାଳୟରେ ଉଭୟ ଅଫଲାଇନ୍ ଏବଂ ଅନଲାଇନ ମୋଡରେ ପାଠପଢ଼ା ହେବ । ଜଷ୍ଟିସ୍ ଅଭୟ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ବେଞ୍ଚ କହିଛନ୍ତି, ବିଦ୍ୟାଳୟ ସମ୍ବନ୍ଧିତ ପଦକ୍ଷେପ ବ୍ୟତୀତ ଗ୍ରାପ୍-୪ ଅଧୀନରେ ସମସ୍ତ ପ୍ରତିବନ୍ଧକ ଡିସେମ୍ବର ୨ ପର୍ଯ୍ୟନ୍ତ ଲାଗୁ ରହିବ । ଏହାରି ମଧ୍ୟରେ ଗ୍ରାପ୍-୪ରୁ ଗ୍ରାପ୍-୩ କିମ୍ବା ୨ ଆଡ଼କୁ କିପରି ଯାଇହେବ, ସେ ନେଇକୁ ବୈଠକ କରି ପରାମର୍ଶ ଦେବାକୁ କୁହାଯାଇଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଅଧିକାରୀମାନେ ଗ୍ରାପ୍-୪ ପ୍ରତିବନ୍ଧକଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ରହିଥିବା ‘କୋର୍ଟ କମିଶନର’ଙ୍କ ରିପୋର୍ଟରୁ ଜଣାପଡ଼ିଛି । ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରାଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook