Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅର୍ଥ ବିଭାଗର ତାଗିଦ୍‌: ଗାଦି ଛାଡ଼, ନହେଲେ ବନ୍ଦ ହେବ ଦରମା

    Share on :
    ajab-Image
    Date: Jul 20, 2026    Views: 3373

    ଭୁବନେଶ୍ୱର: ବଦଳି ଆଦେଶ ମାନୁନଥିବା ଅଧିକାରୀଙ୍କୁ ତାଗିଦ୍‌ । ଅର୍ଥ ବିଭାଗ ପକ୍ଷରୁ ଏହି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ । ଗାଦି ଛାଡ଼, ନହେଲେ ବନ୍ଦ ହେବ ଦରମା , ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଆସିଛି ଏହି ନିର୍ଦ୍ଦେଶ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ କାଲିଠୁ ବନ୍ଦ ହେବ ଦରମା । 

    ବଦଳି ଆଦେଶକୁ ଫୁ କରି ବସୁଛନ୍ତି ବାବୁ, ରିମାଇଣ୍ଡର ଓ ଚେତାବନୀ ବି ପ୍ରଭାବହୀନ । ନିର୍ଦ୍ଦେଶକୁ ନମାନି ପଲିଟିକାଲ ଲୋକଙ୍କୁ ଧରି ପକାଉଛନ୍ତି ଚାପ । ଯେଉଁଥିପାଇଁ ଅର୍ଥ ବିଭାଗ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅର୍ଥ ବିଭାଗର ତିନି ତିନି ଥର ବଦଳି କରିବାକୁ ନିର୍ଦେଶ ଦେଇଥିଲେ ବି ଅଧିକାରୀ ମାନୁନାହାନ୍ତି । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ କାଲିଠୁ ବନ୍ଦ ହେବ ଦରମା କରିବାକୁ ଚେତାବନୀ ଦେଇଛି ଅର୍ଥ ବିଭାଗ । 

    Maximum 500 characters

    ତାଜା ଖବର View all

    Find Us on Facebook