Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

    Share on :
    ajab-Image
    Date: Jul 19, 2026    Views: 3582

    ଭୁବନେଶ୍ୱର: ଓଡ଼ିଶାର  ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ଶ୍ରବଣ ଶକ୍ତି ବାଧିତ ବାଳିକାମାନଙ୍କ ସହ ଭାବବିନିମୟ କରିଛନ୍ତି I ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଏବଂ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ଶିଳ୍ପ କ୍ଷେତ୍ର ସହିତ ସେମାନଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରିବାକୁ ମଧ୍ୟ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।ଆଜି ଲୋକ ଭବନର ଅଭିଷେକ ହଲରେ କେନ୍ଦୁଝରର ସେବା ଫାଉଣ୍ଡେସନ୍‌ର ପ୍ରାୟ ୫୦ ଜଣ ସଦସ୍ୟଙ୍କ (ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମେତ) ସହିତ ଆଲୋଚନା କରିବା ସମୟରେ ଏହି ବାଳିକାମାନଙ୍କୁ ଦରଜି ଏବଂ ହସ୍ତଶିଳ୍ପ ପ୍ରଶିକ୍ଷଣ ଦିଆଯାଉଛି ବୋଲି ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା I 

    ଏହି ଅବସରରେ ଓଡ଼ିଶାରେ ଏକାଧିକ ବୟନ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଥିବା ଦୃଷ୍ଟିରୁ  ପ୍ରଶିକ୍ଷିତ ବାଳିକାମାନଙ୍କ ପାଇଁ ଏହି ଶିଳ୍ପସଂସ୍ଥା ଗୁଡ଼ିକରେ ରୋଜଗାର ସୁଯୋଗ ଖୋଜିବାକୁ ସଂଗଠନକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନ ଯାପନ କରିପାରିବେ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ।

    ଅଂଶଗ୍ରହଣକାରୀଙ୍କ ସହିତ ଭାବ ବିନିମୟ ସମୟରେ ସେମାନଙ୍କୁ ପ୍ରଦାନ କରାଯାଉଥିବା ଶ୍ରବଣ ଯନ୍ତ୍ର, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଆଦି ସହାୟତା ବିଷୟରେ ରାଜ୍ୟପାଳ ପଚାରି ବୁଝିଥିଲେ । ଏହି ପ୍ରସଙ୍ଗରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ କର୍ପୋରେଟ ସାମାଜିକ ଦାୟିତ୍ୱ (CSR) ମାଧ୍ୟମରେ ଶ୍ରବଣ ଶକ୍ତି ଯନ୍ତ୍ର ଯୋଗାଇ ଦେବା ନିମନ୍ତେ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

    ଏହା ପରେ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିମାନ ଲୋକ ଭବନ ପରିସରସ୍ଥିତ ଉଦ୍ୟାନ, ଅଟଳ ବନ ଏବଂ ହରିଣ ପାର୍କ ପରିଦର୍ଶନ କରିଥିଲେ। ଆସନ୍ତା କାଲି ସେମାନଙ୍କର ପୁରୀ ଗସ୍ତ ନିମନ୍ତେ ବିହିତ ବ୍ୟବସ୍ଥା ଲୋକ ଭବନ ପକ୍ଷରୁ କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook