Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିଶ୍ୱାସ ସହିତ ସ୍ୱତନ୍ତ୍ରତା ଦେଉଛି ରତ୍ନ ପଥର

    Share on :
    ajab-Image
    Date: Oct 24, 2025    Views: 2979

    ବିଶିଷ୍ଟ ଜ୍ୟୋତିଷମାନେ ୯ଟି ଗ୍ରହ ପାଇଁ ୯ ପ୍ରକାରର ପଥର ବିଶେଷ ଭାବେ ଉପଯୁକ୍ତ ବୋଲି ବାାଖ୍ୟା କରିଛନ୍ତି । ସେମାନଙ୍କ ଅନୁଯାୟୀ ସୂର୍ଯ୍ୟଙ୍କ ପାଇଁ ମାଣିକ ପଥର ବେଶ ଉପଯୋଗୀ ବୋଲି କହିଛନ୍ତି । ‘ସାଇ ଜେମ୍ସ’ର ସ୍ୱତ୍ୱାଧୀକାରୀ ଅମିତ ବର୍ମନଙ୍କ କୁହନ୍ତି ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ଼ କରିବା ପାଇଁ ମାଣିକ ପଥରକୁ ସମସ୍ତେ କିଣୁଛନ୍ତି । ଉଭୟ ସୁନା ଓ ରୁପା ମୁଦିରେ ଏହାକୁ ପରିଧାନ କରିବାକୁ ଲୋକ ପସନ୍ଦ କରୁଛନ୍ତି ।

    ବୃହସ୍ପତିଙ୍କ ପାଇଁ ପୋଖରାଜ -ଧନ ଟଙ୍କାପଇସା,ପଦପଦବି,ମାନସମ୍ମାନ ତଥା  ବୃହସ୍ପତି ଗ୍ରହର ଆର୍ଶୀବାଦ ପାଇବା ପାଇଁ ବର୍ତ୍ତମାନ ପୋଖରାଜ ପଥର ସମସ୍ତଙ୍କ ପସନ୍ଦ ପାଲଟିଛି । ସୁନା କିମ୍ବା ରୁପା ମୁଦି ସହ ଏହାକୁ ପିନ୍ଧାଯାଉଛି । ବିଶେଷ କରି ଅଣ୍ଡାକୃତିର ମୁଦି ସମସ୍ତଙ୍କର ପସନ୍ଦ ପାଲଟିଛି । 

    ମଙ୍ଗଳ ଦୋଷ ଦୂର କରୁଛି ଲାଲ୍ ପ୍ରବାଳ-ରାଶିରେ ମଙ୍ଗଳ ଗ୍ରହ ଦୋଷ ରହୁଥିବା ଲୋକେ ଲାଲ୍ ପଥର ଧାରଣ କରୁଛନ୍ତି । ସର୍ବନିମ୍ନ ୬ ରତି ଓଜନର ସୁନାମୁଦି ସହ ଏହାକୁ ପରିଧାନ କରୁଛନ୍ତି । ଏହାର ପ୍ରଭାବ ୪ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ ବୋଲିି ବିଶ୍ୱାସ ରହିଛି । 
     

    ଗ୍ରହ ଶାନ୍ତି ପାଇଁ ପନ୍ନା-ବୁଧ ଗ୍ରହ ଶାନ୍ତି କରିବା ନିମନ୍ତ ପନ୍ନା ପଥର ସବୁଠାରୁ ଅଧିକ ପ୍ରୟୋଜକ ଆଟେ । ବିଶେଷ କରି ସୁନା ସହ ଏହାକୁ ଲୋକ ପିନ୍ଧୁଛନ୍ତି । ପୁରୁଷ ମାନେ ସାଧା ଡିଜାଇନ୍ର ମୁଦି ପସନ୍ଦ କରୁଥିବା ବେଳେ ମହିଳାମାନେ ଏଥିରେ ଭିନ୍ନ ଭିନ୍ନ ଡିଜାଇନ୍ କରି ଧାରଣ କରୁଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook