Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅଧିକ ରସୁଣ ଖାଇଲେ ହୋଇପାରେ ଏହି ୫ଟି ସମସ୍ୟା

    Share on :
    ajab-Image
    Date: Jun 20, 2025    Views: 3730

    ରସୁଣ ଶରୀର ପାଇଁ ଉପକାରୀ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଖାଲି ପେଟରେ ସକାଳୁ ରସୁଣ ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣାଧୀନ ହୋଇଥାଏ। କିନ୍ତୁ ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଅତ୍ୟଧିକ ରସୁଣ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ବା  ସାଇଡ୍ ଇଫେକ୍ଟ ସଂପର୍କରେ ଜଣାଇବୁ।

    ଲିଭର୍‌ ଉପରେ ପଡ଼ିବ ଖରାପ ପ୍ରଭାବ

    ଲିଭର ବା ଯକୃତ ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଲିଭର ସୁସ୍ଥ ରହିବା ବହୁତ ଜରୁରୀ। ଅତ୍ୟଧିକ ରସୁଣ ଖାଇଲେ ଲିଭରକୁ କ୍ଷତି ପହଞ୍ଚାଇଥାଏ। ଏଥିରେ ଥିବା ଅକ୍ସିଡେଣ୍ଟ ଗୁଣ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଏକାଠି କରେ ଯାହା ଲିଭରକୁ କ୍ଷତି ପହଞ୍ଚାଇଥାଏ।

    ପାଟିରୁ ଦୁର୍ଗନ୍ଧ ବାହାରିବ

    ସାଧାରଣତଃ କଞ୍ଚା ରସୁଣ ଖାଇଲେ ପାଟି ଗନ୍ଧାଏ। ତେବେ କିଛି ସମୟ ପରେ ଠିକ୍ ହୋଇଯାଏ। କିନ୍ତୁ ପ୍ରତିଦିନ ରସୁଣ ଖାଇଲେ ଓ ଅତ୍ୟଧିକ ପରିମାଣରେ ରସୁଣ ଖାଇଲେ ସବୁବେଳେ ପାଟିରୁ ଦୁର୍ଗନ୍ଧ ବାହାରେ। ଏଥିରେ କିଛି ରାସାୟନିକ ପଦାର୍ଥ ରହିଛି ଦୁର୍ଗନ୍ଧର କାରଣ ବନିଥାଏ।

    ଛାତି ପୋଡ଼ାଜଳା ହୁଏ

    କିଛି ଲୋକ ଏସିଡିଟିରୁ ବର୍ତ୍ତିବା ପାଇଁ ସକାଳେ ଖାଲି ପେଟରେ ଦୁଇ କୋଳ ରସୁଣ ଖାଆନ୍ତି। କିନ୍ତୁ ଏଭଳି କଲେ ବାନ୍ତି ହେବାର ସମ୍ଭାବନା ଥାଏ। ଛାତି ଜଳପୋଡ଼ା ହୁଏ।

    ଏକ୍‌ଜିମା

    ଖାଇବାରେ ଅଧିକ ରସୁଣ ବ୍ୟବହାର କଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଚର୍ମ ଲାଲ୍ ହୋଇଯାଏ ଓ ଜଳାପୋଡ଼ା ହୁଏ। ରସୁଣରେ ଥିବା ଏଲିଇନ ଲାଇସେ ଏନ୍‌ଜାଇମ୍‌ ଯୋଗୁଁ ଏପରି ହୋଇଥାଏ।

    ମୁଣ୍ଡବ୍ୟଥା

    ଅଧିକ ରସୁଣ ଖାଇଲେ ମୁଣ୍ଡ ବିନ୍ଧେ ଓ ମାଇଗ୍ରେନ୍ ଭଳି ସମସ୍ୟା ଦେଖାଯାଏ। ଅତ୍ୟଧିକ ରସୁଣ ଖାଇଲେ ମସ୍ତିଷ୍କରେ ଥିବା କୋଷିକାଗୁଡ଼ିକ ଅଧିକ ଉତ୍ତେଜିତ ହୋଇଯାଆନ୍ତି। ଫଳରେ ମୁଣ୍ଡବ୍ୟଥା ହୁଏ।

    Maximum 500 characters

    ବିଶେଷ View all

    Find Us on Facebook