Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜାଣନ୍ତି କି, କାହିଁକି ଖାଆନ୍ତି କଦଳୀ ପତ୍ରରେ ଖାଦ୍ୟ ?

    Share on :
    ajab-Image
    Date: Apr 4, 2026    Views: 3235

    ଆମ ଓଡ଼ିଆଙ୍କର ପରମ୍ପରା ରହିଥାଏ କୌଣସି ପୂଜା ପର୍ବରେ କଦଳୀ ପତ୍ରରେ ଖାଇବାର କାରଣ ଏହାକୁ ଶୁଭ ମନାଯାଇଥାଏ । ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ ଓ ହୋଟେଲ ଆଦିରେ ମଧ୍ୟ ଲୋକଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥାଏ । ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଏଥିରେ ଖାଇବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହିଥାଏ ।

    ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଘରେ କିଛି ବି ପୂଜା ପାର୍ବଣରେ କଦଳୀ ଗଛର ବହୁତ ବଡ ଭୂମିକା ରହିଥାଏ। ସେ ସତ୍ୟନାରାୟଣ ପୂଜା ହେଉ ଗୁରୁବାର ଦିନ କିମ୍ବା ଅନ୍ୟ କୌଣସି ପୂଜା ହେଉ କଦଳୀ ପତ୍ର, ଫଳ, ଏବଂ ତାର ଗଛ ମଧ୍ୟ ବ୍ୟବହାର ହୋଇଥାଏ। କେବେ ଆପଣ ଭାବିଛନ୍ତି କି ସବୁ ମାଙ୍ଗଳିକ କାଯ୍ୟର୍ରେ କାହିଁକି ଏହାର ବ୍ୟବହାର କରାଯାଇଥାଏ। କଦଳୀ ଗଛ କେବଳ କାହିଁକି ଅନ୍ୟ କୌଣସି ଗଛ କାହିଁକି ବ୍ୟବହାର ହୋଇନଥାଏ। ତାହାଲେ ଆଜି ଆମେ ଆପଣଙ୍କ ମନରେ ଆସୁଥିବା ଦ୍ୱନ୍ଦକୁ ଦୂର କରିବା।ହିନ୍ଦୁ ଧର୍ମରେ କଦଳୀ ବୃକ୍ଷକୁ ପବିତ୍ର ବୋଲି କୁହାଯାଇଥାଏ। ଏହିକାରଣରୁ କଦଳୀ ଗଛର ପୂଜା ମଧ୍ୟ କରାଯାଇଥାଏ। ଏଥିସହ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ କଦଳୀ ପତ୍ର ଏବଂ କଦଳୀ ବୃକ୍ଷର ପୂଜା କରାଯାଇଥାଏ।

    କଦଳୀ ପତ୍ରରେ ଖାଇବା ବହୁ ପୁରାତନ ପରମ୍ପରା । ଏଥିରେ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କଦଳୀ ପତ୍ରରେ ଖାଇବା ଦ୍ୱାରା କେଉଁ ଫାଇଦା ମିଳିଥାଏ ।

    ହଜମପ୍ରକ୍ରିୟା ଠିକ ରୁହେ:
    କଦଳୀ ପତ୍ରରେ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ରୁହେ । କେବଳ ଏତିକି ନୁହେଁ ବରଂ ଏଥିରେ ପ୍ଲାଣ୍ଟ – ବେସଡ୍ କମ୍ପାଉଣ୍ଟ, ପଲିଫେନାଲ୍‌ସର ମାତ୍ରା ପୂର୍ଣ୍ଣ ଥାଏ । ଯାହା ନାଚୁରାଲ ଆଣ୍ଟି ଅକ୍ସିଡେଣ୍ଟଭଳି କାମ କରେ । ଏହା ଶରୀରକୁ ବିିଭିନ୍ନ ରୋଗରୁ ରକ୍ଷା କରିଥାଏ ।

    କେମିକାଲ ଫ୍ରି ଆହାର:
    ଏହି ପତ୍ରରେ ଖାଇବା ଦ୍ୱାରା ଆମ ଶରୀର ମଧ୍ୟରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ପ୍ରବେଶ କରିପାରିନଥାଏ । ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ । କାରଣ ପ୍ଲାଷ୍ଟିକ ଆଦିରେ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ ଏବଂ କ୍ୟାନସର ଭଳି ବଡ଼ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ସମସ୍ତେ କଦଳୀ ପତ୍ରରେ ଖାଦ୍ୟ ଖାଇବା ଆବଶ୍ୟକ । ଏହାଦ୍ୱାରା ଶରୀର ଆପଣଙ୍କର ସୁସ୍ଥ ରହିବ ।

    ଖାଦ୍ୟ ସୁସ୍ୱାଦୁ ଲାଗିଥାଏ:
    ଏହି ପତ୍ରରେ ଖାଇବା ଦ୍ୱାରା ଖାଦ୍ୟ ପାଟିକୁ ବେଶ ସୁସ୍ୱାଦୁ ଲାଗିଥାଏ । ଗରମ ଖାଦ୍ୟକୁ ଏଥିରେ ଖାଇବା ଦ୍ୱାରା ଶରୀର ପାଇଁ ବେଶ ଳାଭଦାୟକ ହୋଇଥାଏ ।

    ଇକୋ ଫ୍ରେଣ୍ଡଲି ହୋଇଥାଏ:
    ଏହି ପତ୍ରରେ ଖାଇବା ପରେ ଏହାକୁ ଫୋପାଡିଲେ ମାଟିରେ ଏହା ଭଲ ଭାବେ ମିଶି ଯାଇଥାଏ । ପର୍ଯ୍ୟାବରଣକୁ ଏହା ଖରାପ କରିନଥାଏ । ଏହା ହାଇଜେନିକ ହୋଇଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।

    Maximum 500 characters

    ବିଶେଷ View all

    Find Us on Facebook