Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗରମ ଖାଦ୍ୟ ଖାଇବା ପରେ ଝିଭ ସିଝି ଯାଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

    Share on :
    ajab-Image
    Date: Jul 11, 2024    Views: 4040

    ଅନେକ ସମୟରେ ଚା’ କିମ୍ବା ଅନ୍ୟ କୌଣସି ଗରମ ଖାଦ୍ୟ ଖାଇବା ଦ୍ୱାରା ଜିଭ ସିଝିଯାଏ । ଦିନେ ଦୁଇଦିନ ବୋହୁତ କଷ୍ଟ ହୋଇଥାଏ । ଯାହାଦ୍ୱାରା କୌଣସି ଖାଦ୍ୟର ସ୍ୱାଦ ଜଣା ପଡ଼ିନଥାଏ, ପୂରା ଦିନ ଭଲ ଲାଗେ ନାହିଁ ।
    ୧) ଚା’ ପିଇ ଜିଭ ଜଳିଯାଇଛି କି? ଅଳ୍ପ କିଛି ବେକିଙ୍ଗ୍‌ ସୋଡ଼ା ପାଣିରେ ଗୋଳାଇ କୁଳି କଲେ ଉପଶମ ମିଳେ ।
    ୨ ) ଘିକୁଁଆରୀ (ଆଲୋଭେରା) କୁ ବରଫରେ ଜମାଟ କରି ଜିଭ ପୋଡ଼ିଥିବା ଜାଗାରେ ରଖିଲେ, କଷ୍ଟ ଦୂର ହୁଏ ଗୋଟେ ଚାମଚ ଦହି କିଛି ସମୟ ପାଟିରେ ରଖନ୍ତୁ । ଦେଖିବେ କିଛି ସମୟ ପରେ ଆରାମ ଲାଗିବ ।
    ୩) ଜିଭ ସିଝି ଯାଇଥିଲେ ସେହି ସ୍ଥାନରେ କିଛି ଚିନି ମିଳାଇବା ପର୍ୟ୍ୟନ୍ତ ରଖନ୍ତୁ, ଆରାମ ମିଳିବ ।
    ୪) ବରଫକୁ ପାଣିରେ ଧୋଇ ଦେଇ କଷ୍ଟ ହେଉଥିବା ସ୍ଥାନରେ ଲଗାଇ ପାରିବେ ।
    ୫) ଏହାଛଡ଼ା ଜିଭରେ ମହୁ ବ୍ୟବହାର କରି ପାରିବେ । ଏହା ଆରାମ ଦେବ ।

    Maximum 500 characters

    ବିଶେଷ View all

    Find Us on Facebook