ମୁଖ୍ୟ ଖବର
ଭୁବନେଶ୍ୱର: ବିପଦ ସଙ୍କେତ ତଳକୁ ଖସିଲା ସୁବର୍ଣ୍ଣରେଖା । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦ ଦଶମିକ ୩୬ ଥିବାବେଳେ ଏବେ ଜଳସ୍ତର ହ୍ରାସ ପାଇ ୧୦ ଦଶମିକ ୨୮ ମିଟରରେ ପ୍ରବାହିତ ହେଉଛି । ସେହିପରି ଜାମଶୋଳା ଘାଟରେ ୪୮ ଦଶମିକ ୫୦ ମିଟରରେ ଜଳ ପ୍ରବାହିତ ହେଉଛି । ଜଳକା ମଥାନୀଠାରେ ବିପଦ ସଙ୍କେତ ୬ ଦଶମିକ ୫୦ ଥିବା ବେଳେ ଏବେ ୬ ଦଶମିକ ୨୮ ମିଟରରେ ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଳକର ୬ଟି ପଞ୍ଚାୟତର ୨୫ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।
ଭୋଗରାଇ ବ୍ଲକ ନାଛିଣ୍ଡା ପଞ୍ଚାୟତ ଡେଉଁର ଗାଁର ଲୋକେ ୩ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀରେ ପାଣି ଛାଡ଼ୁଥିବା ବେଳେ ତଳିଆ ପଞ୍ଚାୟତ ଗବଗାଁ, କୁସୁଡ଼ା, ଖରିଦ ପିପଳ ଓ ନାଛିଣ୍ଡା ଆଦି ଅଞ୍ଚଳରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେବି ପାଣି ଘେରରେ ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ । ଭୋଗରାଇ କୁମ୍ଭୀରଗଡ଼ି ପଞ୍ଚାୟତ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀରେ ପାଣି ଛାଡ଼ୁଥିଲା ବେଳେ ତଳିଆ ପଞ୍ଚାୟତରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି ।
Comments ସମସ୍ତ ମତାମତ