Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାଆକୁ ଜାଳିଦେଲା ନୃଶଂସ ପୁଅ !

    Share on :
    ajab-Image
    Date: Dec 4, 2025    Views: 2364

    ଭଦ୍ରକ: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ମଦ ପିଇବାକୁ ଟଙ୍କା ନଦେବାରୁ ଜନ୍ମକଲା ମାଆକୁ ଜାଳିଦେଲା ନୃଶଂସ ପୁଅ । ମାଆକୁ ନିଆଁରେ ପୋଡ଼ି ଦେଇଥିବା ଗ୍ରାମବାସୀଙ୍କ ଅଭିଯୋଗ। ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ପୁଅ ଫେରାର୍‌ ହୋଇଯାଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଵିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ ଘଟିଛି ଏପରି ଅମାନୁଷିକ ଘଟଣା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
    ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ପୁଅ ନିଶା ସେଵନ କରି ମାଆକୁ ଗାଳିଗୁଲଜ କରେ। ଆଜି ସକାଳୁ ମଦ ପାଇଁ ମାଆକୁ ଟଙ୍କା ମାଗିଥିଲା ପୁଅ । ମାଆ ଟଙ୍କା ନ ଦେବାରୁ ମାଆକୁ ନିସ୍ତୁକ ପିଟିଥିଲା। ପରେ ନିଶାସକ୍ତ ଅବସ୍ଥାରେ ମାଆ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ। ନିଆଁ ଲାଗିଯିବାରୁ ମାଆ ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସିଥିଲେ। ନିଆଁରେ ପୋଡି ହୋଇ ମାଆ ଗୁରୁତର ହୋଇଥିଲା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଆ ଜ୍ୟୋତ୍ସ୍ନା ନାୟକ (୬୦) ଗୁରୁତର ହୋଇ କଟକ ରେଫର ହୋଇଛନ୍ତି। ଘଟଣା ସ୍ଥଳରୁ ପୁଅ ବଳିଆ ଫେରାର ହୋଇଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook