Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫିଫା ବିଶ୍ୱକପ୍: ଆର୍ଜେଣ୍ଟିନାକୁ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହେଲା ସ୍ପେନ୍

    Share on :
    ajab-Image
    Date: Jul 20, 2026    Views: 2515

    ଫିଫା ବିଶ୍ୱକପ୍ ୨୦୨୬ ର ଫାଇନାଲ୍ ମ୍ୟାଚରେ ସ୍ପେନ୍, ୨୦୨୨ ର ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଛି। ପ୍ରଥମେ ନିର୍ଦ୍ଧାରିତ ୯୦ ମିନିଟ୍ ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍ ଦେଇପାରି ନଥିଲେ, କିନ୍ତୁ ଏକ୍ସଟ୍ରା ଟାଇମରେ କିଛି ଏଭଳି ଘଟିଲା ଯାହା କେହି ଆଶା କରିନଥିଲେ।

    ମ୍ୟାଚର ୧୦୬ ତମ ମିନିଟରେ ସ୍ପେନର ଷ୍ଟାର୍ ୱିଙ୍ଗର ଫେରାନ ଟୋରେସ ଏକ ଐତିହାସିକ ଗୋଲ୍ କରି ନିଜ ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଏହି ପରାଜୟ ସହିତ ଆର୍ଜେଣ୍ଟିନା ଏବଂ ସେମାନଙ୍କର ପ୍ରସିଦ୍ଧ ଷ୍ଟ୍ରାଇକର ଲିଓନେଲ ମେସିଙ୍କର କ୍ରମାଗତ ଦ୍ୱିତୀୟ ଥର ଟାଇଟଲ୍ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଥିଲା।ଏକ୍ସଟ୍ରା ଟାଇମର ପ୍ରଥମାର୍ଦ୍ଧ ଶେଷ ହେବା ମାତ୍ରେ ସ୍ପେନ୍ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଏବଂ ୧୦୬ ତମ ମିନିଟରେ ସଫଳତା ପାଇଥିଲା। ଫେରାନ ଟୋରେସ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ରହି ଚମତ୍କାର ଫିନିସିଂ ଦ୍ୱାରା ଗୋଲ୍ କରି ଦଳକୁ ୧-୦ ରେ ଆଗୁଆ କରିଥିଲେ। ଦୀର୍ଘ ସମୟର ସଂଘର୍ଷ, ହାତଛଡ଼ା ହୋଇଥିବା ସୁଯୋଗ ଏବଂ ଏକ ଗୋଲ୍ ଅବୈଧ ଘୋଷଣା ହେବା ପରେ ସ୍ପେନର ପରିଶ୍ରମ ଶେଷରେ ରଙ୍ଗ ଆଣିଥିଲା। ଏହି ଗୋଲ୍ ସହିତ ଆର୍ଜେଣ୍ଟିନାର ଶକ୍ତ ଡିଫେନ୍ସ ମଧ୍ୟ ଭାଙ୍ଗିପଡ଼ିଥିଲା।ମ୍ୟାଚର ପରିସଂଖ୍ୟାନକୁ ଦେଖିଲେ ପୂରା ମ୍ୟାଚରେ ସ୍ପେନର ଏକତରଫା ଦବଦବା ଦେଖିବାକୁ ମିଳିଥିଲା। ସ୍ପେନ୍ ୬୮% ବଲ୍ ପଜେସନ ସହ ମୋଟ ୮୦୩ ଟି ପାସ୍ ସମ୍ପୂର୍ଣ୍ଣ କରିଥିବା ବେଳେ ଆର୍ଜେଣ୍ଟିନା ମାତ୍ର ୩୨% ପଜେସନ ଏବଂ ୪୪୫ ଟି ପାସ୍ କରିପାରିଥିଲା। ଆଟାକିଂ ଫ୍ରଣ୍ଟରେ ସ୍ପେନ୍ ଗୋଲ୍ କରିବା ପାଇଁ ମୋଟ ୨୦ ଟି ପ୍ରୟାସ କରିଥିଲା, ଯେଉଁଥିରୁ ୧୧ ଟି ସଟ୍‌ସ୍ ଅନ୍ ଟାର୍ଗେଟ୍ ଥିଲା।ଅନ୍ୟପଟେ, ଆର୍ଜେଣ୍ଟିନା ପୂରା ମ୍ୟାଚରେ ମାତ୍ର ୩ ଟି ସଟ୍‌ସ୍ ନେଇଥିଲା ଏବଂ ଗୋଟିଏ ବି ସଟ୍ ଟାର୍ଗେଟ୍ ଆଡ଼କୁ ନଥିଲା। ମ୍ୟାଚରେ ଆକ୍ରମଣାତ୍ମକ ଖେଳ ଏବଂ ଫାଉଲ୍ସ ଅଧିକ ଦେଖିବାକୁ ମିଳିଥିଲା। ସ୍ପେନ୍ ୨୧ ଟି ଫାଉଲ୍ କରି ମଧ୍ୟ କୌଣସି ୟେଲୋ କାର୍ଡ ପାଇନଥିଲା, କିନ୍ତୁ ଆର୍ଜେଣ୍ଟିନା ୨୪ ଟି ଫାଉଲ୍ କରି ୫ ଟି ୟେଲୋ କାର୍ଡ ଏବଂ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ରେଡ୍ କାର୍ଡର ସାମ୍ନା କରିବାକୁ ପଡ଼ିଥିଲା।ଫିଫା ବିଶ୍ୱକପ୍ ୨୦୨୬ ର ଏହି ମହାମୁକାବିଲାରେ ପ୍ରଥମ ହାଫ୍‌ର ଖେଳ ଅତ୍ୟନ୍ତ ରୋମାଞ୍ଚକର ଏବଂ ରକ୍ଷଣାତ୍ମକ ରଣନୀତିରେ ଭରପୂର ଥିଲା, ଯେଉଁଥିପାଇଁ ସ୍କୋରଲାଇନ୍ ୦-୦ ରେ ସମାନ ରହିଥିଲା। ପ୍ରଥମ ଭାଗରେ ସ୍ପେନ୍ ୬୪% ବଲ୍ ପଜେସନ ସହ ଖେଳ ଉପରେ ନିୟନ୍ତ୍ରଣ ବଜାୟ ରଖିଥିଲା। ନିର୍ଦ୍ଧାରିତ ୯୦ ମିନିଟ୍ ଶେଷ ହେବା ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍ ଦେଇପାରି ନଥିଲେ, ଫଳରେ ମ୍ୟାଚ୍ ଏକ୍ସଟ୍ରା ଟାଇମକୁ ଯାଇଥିଲା। ଇଞ୍ଜୁରୀ ଟାଇମ୍‌ (୯୦+୩) ରେ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ରେଡ୍ କାର୍ଡ ମିଳିବାରୁ ଆର୍ଜେଣ୍ଟିନା ଶେଷ ସମୟରେ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook