Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣଙ୍କର ଦୃଷ୍ଟି ଶକ୍ତି ଧିରେ ଧିରେ କମିଯାଉଛି କି

    Share on :
    ajab-Image
    Date: Feb 3, 2025    Views: 3828

    ଆଖି ଆମ ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ଗୋଟିଏ  । ଏଣୁ ଏହାର ଯନô ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଆଖିରେ ସାମାନ୍ୟ ସମସ୍ୟା ମଧ୍ୟ ଆମ ଜୀବନକୁ ଅନ୍ଧକାରରେ କରିପାରେ  । ହେଲେ  ଆଜିକାଲି ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ, କମ୍ପୁ୍ୟଟର ଦେଖିବା ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ କମ୍ ବୟସରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଉଛି  । ଏପରି ସ୍ଥଳେ ଆଖିକୁ ସୁସ୍ଥ ରଖିବା ପାଇଁ କେତେକ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଉଚିତ୍  । ତେବେ ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର କିଛି ଫଳ ବିଷୟରେ । ଯାହାକୁ ଖାଇବା ଦ୍ୱାରା  ଆଖି ସମସ୍ୟା ଦୂର ହୋଇଯିବ  । 
    କୋଳି: କୋଳିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଥାଏ  । ଏହା ଆଖିକୁ ସୁସ୍ଥ ରଖେ  । ବୟସ ବଢିବା ଯୋଗୁଁ ଦେଖାଯାଉଥିବା ଆଖି ସମସ୍ୟା ଆଶଙ୍କା କମ୍ କରେ  । 
    କମଳା: କମଳା ଭିଟାମିନ-ସି' ର ଏକ ଭଲ ଉସô  । ଯାହା ଆଖିର ରକ୍ତବାହିକାଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ  । ଏଥିରେ ବିଟା-କେରୋଟିନ ଥାଏ  । କମଳା ଭଳି ଭିଟାମିନ-ସିରେ ଭରପୂର ଲେମ୍ବୁ ମଧ୍ୟ ଆଖି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ  ।
    ଆମ୍ବ: ଆଖି ସ୍ୱାସ୍ଥ୍ୟ ପାଇଁ ଆମ୍ବ ମଧ୍ୟ ଏକ ଉପଯୁକ୍ତ ଫଳ  । ଏଥିରେ ଥିବା ଭିଟାମିନ ଏ ଓ ବିଟା-କେରୋଟିନ ଶୁଷ୍କ ଆଖି ସମସ୍ୟା ରୋକିଥାଏ ଏବଂ ଦୃଷ୍ଟି ଶକ୍ତି ଉନ୍ନତ କରିଥାଏ  ।
    ଅମୃତଭଣ୍ଡା: ଆଖିକୁ ସୁସ୍ଥ ରଖିବା ପାଇଁ ଅମୃତଭଣ୍ଡା ଖୁବ୍ ଲାଭଦାୟକ  । ଏଥିରେ ପ୍ରଚୁର ମାତ୍ରାରେ ବିଟା-କେରୋଟିନ, ଭିଟାମିନ ସି ଓ ଇ ମିଳେ  । ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ବୟସାଧିକ ଜନିତ ଦୃଷ୍ଟି ଶକ୍ତି ସମସ୍ୟା କମ୍ ହୋଇଥାଏ  ।
    କିୱି: ଏଥିରେ ଭିଟାମିନ ସି, ଭିଟାମିନ ଇ ଓ ଲୁ୍ୟଟିନ ଭରପୂର ମାତ୍ରାରେ ଥାଏ । ଏହା ଦୃଷ୍ଟି ଶକ୍ତି ବଢାଇବା ସହ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେଣୁ ନିଜ ଡାଏଟରେ କିୱି ମଧ୍ୟ ସାମିଲ କରିପାରିବେ  । ଉତ୍ତମ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ଏହା ଏକ ଉପଯୁକ୍ତ ଫଳ । 

    Maximum 500 characters

    ବିଶେଷ View all

    Find Us on Facebook