ମୁଖ୍ୟ ଖବର
ଖଇରା : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର କରିଛି ପୁଲିସ।ଗତକାଲି ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରୋଡରେ ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ।
ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ପୁଲିସକୁ ଦେଖି ସେମାନେ ପ୍ରଥମେ ଗୁଳି ଚଳାଇଥିବା ଜଣାପଡ଼ିଛି। ପାଲଟା ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଗୋଡରେ ଗୁଳି ବାଜିଛି। ଆହତ ଲୋକେଶଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରୁ ଅନ୍ୟ ଜଣେ ଫେରାର ହୋଇଯାଇଛି। ଫେରାର ଅପରାଧୀକୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସି ଜାରି ରହିଛି। ଘଟଣାସ୍ଥଳରେ ପୁଲିସ ମୁତୟନ ଥିବା ବେଳେ ଏନକାଉଣ୍ଟର ଘଟଣାକୁ ନେଇ ତଦନ୍ତ ଚାଲିଛି।
Comments ସମସ୍ତ ମତାମତ