Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଛତିଶଗଡରେ ଏନକାଉଣ୍ଟର: ଟଳିଲେ ୧୨ ମାଓବାଦୀ, ୩ ଯବାନ ସହିଦ

    Share on :
    ajab-Image
    Date: Dec 4, 2025    Views: 2448

    ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ସୀମାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବୁଧବାର ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି । ଏଥିରେ ୧୨ ମାଓବାଦୀ ନିପାତ ହୋଇଛନ୍ତି । କିନ୍ତୁ ଏନ୍‌କାଉଣ୍ଟରରେ ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୩ ଯବାନ ସହିଦ ହୋଇଛନ୍ତି । ସେମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ଭଦାଡ଼ି, ରମେଶ ସୋଧି ଏବଂ କନଷ୍ଟେବଳ ଦୁକାରୁ ଗୋଣ୍ଡେ । ଆଉ ୨ ଜଣ ଆହତ ହୋଇଛନ୍ତି । ବସ୍ତର ରେଞ୍ଜ୍ ପୁଲିସ ଆଇଜି ସୁନ୍ଦରରାଜ ପି. ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଗଙ୍ଗାଲୁର ଥାନା ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି ।ପୁଲିସ ଆଇଜିଙ୍କ ସୂଚନା ଅନୁସାରେ, ଡିଆର୍‌ଜି, ଏସ୍‌ଟିଏଫ୍, କୋବ୍ରା ଏବଂ ସିଆର୍‌ପିଏଫ୍‌ର ମିଳିତ ଟିମ୍ ବୁଧବାର ସକାଳ ପ୍ରାୟ ୯ଟାରେ ବିଜାପୁର-ଦନ୍ତେୱାଡ଼ା ସୀମାର ପଶ୍ଚିମ ବସ୍ତର ଡିଭିଜନ୍ ଗଙ୍ଗାଲୁର ଥାନା ଅନ୍ତର୍ଗତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଲାଇଥିଲେ । ସେହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଅଚାନକ ଗୁଳି ଚଲାଇବା ଆରମ୍ଭ କରିଦେଇଥିଲେ । ଫଳରେ ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ । ସମସ୍ତ ୧୨ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ଏସ୍ଏଲ୍ଆର୍ ରାଇଫଲ, ଡଟ୍୩୦୩ ରାଇଫଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମିଳିଛି ।ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନକୁ ପଠାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।
    ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ସେ କହିଛନ୍ତି । ରାଜ୍ୟରେ ମାଓବାଦ ଶେଷ ନିଃଶ୍ୱାସ ନେଉଛି ବୋଲି ଗୃହମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି । ୪ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଏନ୍ଏସ୍ଏ ଅଜିତ ଡୋଭଲଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଛତିଶଗଡ଼ରେ ଡିଜିପି ସମ୍ମିଳନୀ ହୋଇଥିଲା । ଏଥିରେ ମାଓବାଦର ଅନ୍ତ କରାଯିବା ଉପରେ ରଣନୀତି ବନାଇବା ଦିଗରେ ଚର୍ଚ୍ଚା ହୋଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook