Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳିତ

    Share on :
    ajab-Image
    Date: Jun 6, 2026    Views: 2390

    ଭୁବନେଶ୍ବର: ସାରା ରାଜ୍ୟରେ ବିଶ୍ବ ପରିବେଶ ଦିବସ ୨୦୨୬ କୁ ଉତ୍ସାହର ସହ ପାଳନ କରିଛି ଏକଲବ୍ୟ  ଆଦର୍ଶ ଆବାସିକ ବିଦ୍ୟାଳୟ (EMRSs) ।  ଚଳିତ ବର୍ଷର ଥିମ୍, "ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ" ସହିତ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । EMRS କ୍ୟାମ୍ପସରେ ଏକ ବିଶାଳ ଚାରା ରୋପଣ ଅଭିଯାନରେ ଶହ ଶହ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।  

    ଛାତ୍ରଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଏବଂ ନବୀକରଣୀୟ ଶକ୍ତି ଆଦି ସମ୍ପର୍କରେ ସଚେତନ କରାଯାଇଥିଲା । ପାରସ୍ପରିକ ଆଲୋଚନା ଏବଂ ଅଭିଜ୍ଞତାମୂଳକ ଶିକ୍ଷା କାର୍ଯ୍ୟକଳାପ କରାଯାଇଥିଲା । ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସତତ ବିକାଶ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ ହୋଇଥିଲେ ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook