Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଚାଡି ଦେଲା ଦନ୍ତା, ଜଣେ ମୃତ

    Share on :
    ajab-Image
    Date: Jul 19, 2026    Views: 3710

    କେନ୍ଦୁଝର :  ଶୁଣ୍ଢରେ କଚାଡି ଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ,ଉପର ରଢ଼ୁଆଁ ଗାଁ ରେ । ମୃତକ ଉପର ରଢ଼ୁଆଁ ଗାଁ ର ନରୋତ୍ତମ ଜୁଆଙ୍ଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ନରୋତ୍ତମ ଗତ କାଲି ସନ୍ଧ୍ୟା ରେ ଗାଁ ପାଖ ସାରୁକୁଦର ବସ୍ତି ରେ ଥିବା ଏକ ଦୋକାନ କୁ ସଉଦା କିଣି ବାକୁ ଯାଇଥିଲେ ।

    ସଉଦା କିଣି ସାରି ରାସ୍ତା ରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ଗତ କିଛି ଧରି ଆତଙ୍କ ଖେଳାଉଥିବା ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଟି ତାଙ୍କୁ ଶୁଣ୍ଢ ରେ କଚାଡି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ,ଗାଁ ଲୋକେ ଘଟଣା ସ୍ଥଳରେ ପହଂଚି ହାତୀ ଙ୍କୁ ଘୋଡାଇବା ସହିତ ନରୋତ୍ତମ ଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲ ରେ ଭର୍ତି କରିଥିଲେ । ତେବେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବାଂଶପାଳର ବିଜେପି ରେଞ୍ଜରେ ୧୨ ଟିକିଆ ହାତୀ ପଲ ଘୁରିବୁଲୁଛନ୍ତି । ସପ୍ତାହକ ଭିତରେ ହାତୀ ପଲ ୨ ଜଣଙ୍କ ଜୀବନ ନେଇଥିବାରୁ ଲୋକେ ଆତଙ୍କିତ ଅଛନ୍ତି । ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ହାତୀଙ୍କୁ ଘୋଉଡ଼ାଇବାକୁ ଦାବି ହେଉଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook