Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୃଦ୍ଧାଙ୍କୁ ଦଳିଦେଲା ହାତୀ

    Share on :
    ajab-Image
    Date: Jun 6, 2026    Views: 2890

    କୋଇଡ଼ା: ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଏକ ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ କିନ୍ତୁ ଗୋଟିଏ ଫେରି ପଳାଇଆସିଛି। ସାଲେଇଡିହି ଗ୍ରାମରେ ଯମୁନା ମାହାନ୍ତ (୬୦) ନାମକ ଜଣେ ବୃଦ୍ଧାଆଜି ସକାକୁ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ହାତୀ ସାମ୍ନାକୁ ପଳାଇ ଆସିଥିଲା।
    ବୃଦ୍ଧାଙ୍କୁ ହାତୀ ଗଡା଼ଇ ଗଡା଼ଇ ଦଳିଦେଇଥିଲା, ସତେ ଯେମିତି ପୂର୍ବରୁ ଶତ୍ରୁତା ଥିଲା ସେମିତି ମାରିଲା। ଏଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି। ହାତୀକୁ ପୁଣି କେମିତି ଘଉଡ଼ାଯିବ, ସେଥିପାଇଁ ବନ ବିଭାଗ ଏକ ଟିମ ଗଠନ କରିବେ ବୋଲି ଜଣା ପଡିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook