Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦଳିଦେଲା ହାତୀ; ବୃଦ୍ଧ ମୃତ

    Share on :
    ajab-Image
    Date: Dec 4, 2025    Views: 2859

    ଦେବଗଡ଼: ଆଜି ଭୋର ସକାଳୁ ଏକ ଦଳ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତ ଵୃଦ୍ଧ ଜଣକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଓ ବୁଢାପାଳ ପୁଲିସ ବିଟ ଅଧିନ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହିରୀ ବୋଲି ଚି଼ହ୍ନଟ ହୋଇଥିବା ବେଳେ ଗୁରୁତର ହୋଇ ଛେଣ୍ଡିପଡା ଡାକ୍ତରଖାନା ଯାଇଥିବା ମହିଳା ଜଣକ ରଜନୀ ବେହେରା ବୋଲି ଜଣା ପଡିଛି । ତେବେ ଜୁରାଡ଼ଙ୍ଗା ଗ୍ରାମଟି ଉଭୟ ଅନୁଗୁଳ ଓ ଦେବଗଡ଼ ଜିଲ୍ଲାର ସୀମାନ୍ତରେ ରହିଛି। ତେଣୁ ବୃଦ୍ଧଙ୍କ ମୃତ୍ୟୁ ଘଟଣାକୁ ନେଇ ଉଭୟ ଦେବଗଡ଼ ଜିଲ୍ଲାର ରିଆମାଳ ଓ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ରେଞ୍ଜ ଅଧିକାରୀ ପହଞ୍ଚିବା ସ୍ଥାନୀୟ ଅଞ୍ଚଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

    ସୂଚନା ଅନୁସାରେ, ଆଜି ଭୋର ସକାଳୁ କୁଞ୍ଜ ହେହୁରୀ ଗାଁ ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଆକ୍ରମଣ ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଛେଣ୍ଡିପଦା ଅଞ୍ଚଳର ରଜନୀ ବେହେରା ଫୁଲ ତୋଳିବାକୁ ଯାଉଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲେ ହେଁ ସୌଭାଗ୍ୟ ବଶତଃ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook