ଭୁବନେଶ୍ୱର: ଆଜି ଗଣେଶ ପୂଜାରେ ଏକ ବଡ଼ ଅଘଟଣ ଘଟିଛି । ଗଣେଶ ମୂର୍ତ୍ତି ନେଇ ଆସିଲା ବେଳେ ୧୧ କେଭି ତାରରେ ଲାଗିଯିବାରୁ ଜଣେ ଛାତ୍ରଙ୍କ ମୃତୁ୍ୟ ହୋଇଥିବାବେଳେ ୪ ଜଣ ଛାତ୍ରଛାତ୍ରୀ ଗୁରୁତରଭାବେ ଆହତ ହୋଇଛନ୍ତି । ନରାଜସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି । କିଛି ଛାତ୍ରଛାତ୍ରୀ ଏକ ଟ୍ରାକ୍ଟରରେ ବଡ଼ ଗଣେଶ ମୂର୍ତ୍ତି ନେଇ ଆସୁଥିଲେ । ତେବେ ମୂର୍ତ୍ତିଟି ୧୧ କେଭି ତାରରେ ଲାଗିବାରୁ ଜଣେ ଛାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଗୁରୁତର ଛାତ୍ରଛାତ୍ରୀଙ୍କ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଯେ ଶ୍ରୀଗଣେଶ ଚତୁର୍ଥୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ସେ ପ୍ରତ୍ୟେକ ହିନ୍ଦୁଙ୍କ ଆଦି ଆରାଧ୍ୟ ଦେବତା । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ । ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ ।
Comments ସମସ୍ତ ମତାମତ