Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିର୍ବାଚନ ପ୍ରଚାରରେ ନୂଆ ରଣନୀତି, କେବଳ ଗୋଟିଏ ରିଲ୍, ମିମ୍ ଅଥବା ସର୍ଟ ଭିଡିଓ

    Share on :
    ajab-Image
    Date: Sep 7, 2026    Views: 2492

    ନୂଆଦିଲ୍ଲୀ: ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ଏବେଠାରୁ ପ୍ରଚାର ପାଇଁ ନୂଆ ରଣନୀତି ବନାଇବାରେ ଲାଗିପଡ଼ିଲେଣି । ସୋସିଆଲ ମିଡିଆ ଯୁଗର ଫାଇଦା ନେବାକୁ ଯାଇ ଦଳଗୁଡ଼ିକ ଇନ୍‌ଫ୍ଲୁଏନ୍ସରଙ୍କୁ ନେଇ ନେଟ୍ୱର୍କ ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି । ବିଭିନ୍ନ ଦଳ କଣ୍ଟେଣ୍ଟ କ୍ରିଏଟର, ମାଇକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କୁ ନେଇ ‘ଡିଜିଟାଲ ସେନା’ ଛିଡ଼ା କରାଉଛନ୍ତି ।

    ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ପାଖରେ ନା ଦଳୀୟ ପଦବୀ ଅଛି ନା ପତାକା । ତଥାପି ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ସ୍କ୍ରିନ୍‌ରେ ପହଞ୍ଚି ପାରୁଛନ୍ତି । ତେଣୁ ସେମାନଙ୍କୁ ନେଇ ନିର୍ବାଚନ ପ୍ରଚାର ରଣନୀତି ବନାଉଛନ୍ତି ଦଳ । ଯୁବା ଆନ୍ଦୋଳନ ଏହାର ଶକ୍ତି ଦେଖାଇ ସାରିଛି । ତେବେ ଆନ୍ଦୋଳନର ସୂଚନା, ସରକାରଙ୍କୁ ପ୍ରଶ୍ନ ଏବେ କେବଳ ସଭା ସମିତି, ପୋଷ୍ଟର କିମ୍ବା ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିନାହିଁ । କେବଳ ଗୋଟିଏ ରିଲ୍, ମିମ୍ ଅଥବା ସର୍ଟ ଭିଡିଓ ହିଁ କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ ୧୦ରୁ ୫୦ ହଜାର ଫଲୋଅର୍ ଥିବା ସ୍ଥାନୀୟ ଇନ୍‌ଫ୍ଲୁଏନ୍ସରଙ୍କ ନେଟ୍‌ଓ୍ବେର୍କ  ଗଢ଼ିବାରେ ଲାଗିପଡ଼ିଛନ୍ତି ।
    ଡିଜିଟାଲ ଅଭିଯାନ ସହ ଜଡ଼ିତ ଲୋକଙ୍କ ଅନୁସାରେ, ଛୋଟ ଓ ମଧ୍ୟମ ଧରଣର ଇନ୍‌ଫ୍ଲୁଏନ୍ସର କୌଣସି ଦଳ ସହିତ ସ୍ଥାୟୀ ଭାବେ ଯୋଡ଼ି ହୋଇନଥାନ୍ତି । ସେମାନେ ପୃଥକ୍ ସମୟରେ ବିଜେପି, କଂଗ୍ରେସ, ଆପ୍ ଅଥବା ଅନ୍ୟ ଦଳଗୁଡ଼ିକ ନିମନ୍ତେ କାମ କରିପାରନ୍ତି । ରିପୋର୍ଟ ମୁତାବକ, ରାଜନୈତିକ ରିଲ୍ ପାଇଁ ୧୫ରୁ ୫୦ ହଜାର ଟଙ୍କା ଏବଂ ପୋଷ୍ଟ ଲାଗି ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି । ସୋସିଆଲ ମିଡିଆ କମ୍ପାନି ଚଳାଉଥିବା ଶ୍ୟାମ ତିୱାରୀଙ୍କ ମୁତାବକ, ୫ ଲକ୍ଷ ପର୍ଯ୍ୟନ୍ତ ସବ୍‌ସ୍କ୍ରାଇବର ଥିବା କ୍ରିଏଟର ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି । ୫୦ ଲକ୍ଷରୁ ଅଧିକ ସବ୍‌ସ୍କ୍ରାଇବର୍ ହେଲେ ଗୋଟିଏ କଣ୍ଟେଣ୍ଟ ଲାଗି ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି ।
    ଦଳଗୁଡ଼ିକ ଇନ୍‌ଫ୍ଲୁଏନ୍ସରଙ୍କ ସାମାଜିକ ପହଞ୍ଚ, ବିଚାରଧାରା ଏବଂ କହିବାର ଠାଣି ଆଦି ପରଖୁଛନ୍ତି । ୧୫ ହଜାର ଫଲୋଅର୍ ଥିବା ଶିକ୍ଷକ, ଚାଷୀ, ହାସ୍ୟ ଅଭିନେତା ବେଳେବେଳେ ଜାତୀୟ ସ୍ତରର ସେଲିବ୍ରିଟିଙ୍କଠାରୁ ଅଧିକ ପ୍ରଭାବୀ ହୋଇପାରନ୍ତି । ତ୍ୱରିତ ନ୍ୟାରେଟିଭ୍ ନିମନ୍ତେ ଇନଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର ଏବଂ ନେତାଙ୍କ ଛବି ଗଢ଼ିବା ଲାଗି ପଡ୍‌କାଷ୍ଟର ବ୍ୟବହାର କରାଯାଉଛି । ରାଜନୈତିକ ଦେଣନେଣ ନଗଦରେ ହେଉଛି । ନିର୍ବାଚନ କମିଶନ ସୋସିଆଲ ମିଡିଆ ରାଜନୈତିକ ବିଜ୍ଞାପନ ଏବଂ ନିର୍ବାଚନୀ ଖର୍ଚ୍ଚକୁ ନିୟମ ପରିସରରେ ରଖିଛନ୍ତି । ଏଏସ୍‌ସିଆଇ ମାର୍ଗଦର୍ଶିକା ବି ବିଜ୍ଞାପନର ସ୍ପଷ୍ଟ ସୂଚନା ଦେବାକୁ କହିଥାଏ ।

    କଂଗ୍ରେସର ଜେନ୍-ଜି କନେକ୍ଟ ଯାତ୍ରା ସହ ଜଡ଼ିତ ସୁଧାଂଶୁ ବାଜପେୟୀ କହିଛନ୍ତି, ରିଲ୍ସ ଦ୍ୱାରା କାର୍ଯ୍ୟକର୍ତ୍ତାଙ୍କଠାରୁ ଅଧିକ ପ୍ରସିଦ୍ଧି ମିଳିଥାଏ । କିନ୍ତୁ ଭୋଟରଙ୍କୁ ବୁଥ୍ ପର୍ଯ୍ୟନ୍ତ ପହଞ୍ଚାଇବା କାମ କାର୍ଯ୍ୟକର୍ତ୍ତା ହିଁ କରିପାରିବେ । ତେଣୁ ସେମାନଙ୍କର ବେଶ୍ ଗୁରୁତ୍ୱ ରହିବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook