ନୂଆଦିଲ୍ଲୀ : ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ ଫେବୃୟାରୀ ୫ରେ ମତଦାନ କରାଯିବ ଓ ୮ ଫେବୃଆରୀରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମୋଟ ୭୦ଟି ଆସନରେ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି ପ୍ରେସ କନଫରେନ୍ସରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଇଭିଏମରେ ବେଆଇନ ଭୋଟ ଦେବାର କୌଣସି ସମ୍ଭାବନା ନାହିଁ। ଇଭିଏମ ହେଉଛି ଏକ ଫୁଲପ୍ରୁଫ ଉପକରଣ । ଭୋଟ ଦେବା ପରେ ଏହାକୁ ସିଲ କରାଯାଇଥାଏ ଏବଂ ଭାଇରସ ବି ଏଥିରେ ପ୍ରବେଶ କରିପାରେ ନାହିଁ ।
ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ସମୁଦାୟ ୧କୋଟି ୫୫ଲକ୍ଷ ଭୋଟର ଅଛନ୍ତି। ସେଠାରେ ୮୩ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି। ଏଠାରେ ୧୩ ହଜାର ୩୩ ମତଦାନ କେନ୍ଦ୍ର ଅଛି। ମତଦାନ ଦିନ ଇଭିଏମ୍ ସିଲ ଭାଙ୍ଗାଯିବ। ସକାଳେ ଏକ ମକ ପୋଲ ଅଛି। କିଏ ଆସିଲା ଏବଂ କିଏ ଗଲା ସେ ବିଷୟରେ ରେକର୍ଡ ଦିନସାରା ରଖାଯାଏ। ଇଭିଏମ କୌଣସି ପ୍ରକାରେ ହ୍ୟାକ ହୋଇପାରିବ ନାହିଁ। ନିର୍ବାଚନର ସାତରୁ ଆଠ ଦିନ ପୂର୍ବରୁ ଇଭିଏମ ପ୍ରସ୍ତୁତ ଅଛି। ଇଭିଏମ ହେଉଛି ନିିର୍ବାଚନର ସବୁଠାରୁ ସୁରକ୍ଷିତ ପଦ୍ଧତି। ଗଣନା କରିବା ପୂର୍ବରୁ ପ୍ରତ୍ୟେକ ଇଭିଏମର ସିଲ ଯାଞ୍ଚ କରାଯାଏ।
Comments ସମସ୍ତ ମତାମତ