ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେଉଛି । ମହାରାଷ୍ଟ୍ରରେ ଗୋଟିଏ ପର୍ୟ୍ୟାୟରେ ଏକକାଳୀନ ସମସ୍ତ ୨୮୮ ଆସନରେ ଭୋଟିଂ ହେହେଉଛି । ମକପୁଲିଂ ଶେଷ ହେବା ପରେ ସକାଳ ୭ ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ।ସକାଳ ୯ଟା ସୁଦ୍ଧା ମହାରାଷ୍ଟ୍ରରେ ୭% ମତଦାନହୋଇଛି ।
ବିଜେପି ନେତୃତ୍ବାଧୀନ ମେଣ୍ଟ ଶାସିତ ମହାରାଷ୍ଟ୍ରର ନିର୍ବାଚନୀ ରାଜନୀତି ଓ ପ୍ରତିଦ୍ବନ୍ଦ୍ବିତା ରୋଚକ ସ୍ଥିତିରେ ରହିଛି । ବିଜେପି ନେତୃତ୍ବାଧୀନ ଶାସକ ମେଣ୍ଟ (ମହାୟୁତି ମେଣ୍ଟ) ସହ କଂଗ୍ରେସ- ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ ‘ଶରଦ ପାଓ୍ବାର-ଏନସିପି’ ନେଇ ଗଠିତ ତ୍ରିକୋଣୀୟ ମେଣ୍ଟ ମହାବିକାଶ ଅଗାଡି (ଗଠଇ) ମଧ୍ୟରେ କଡା ମୁକାବିଲା ହେଉଛି । ୨୮୮ ଆସନ ପାଇଁ ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ଗ୍ରାଉଣ୍ଡରେ ମୋଟ ୪,୧୩୬ ପ୍ରାର୍ଥୀ ଥିବା ବେଳେ ପ୍ରାୟ ୯.୭ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସମଗ୍ର ମହାରାଷ୍ଟ୍ରରେ ଏଥର ୧,୦୦,୧୮୬ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଯାହା ଗତ ନିର୍ବାଚନଠାରୁ ପ୍ରାୟ ୪ ହଜାର ଅଧିକ ।
ଭାରତୀୟ ଜନତା ପାର୍ଟି ସର୍ବାଧିକ ୧୪୯ ପ୍ରାର୍ଥୀ ଦେଇଥିବା ବେଳେ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ୮୧ ଓ ଅଜିତ ପାଓ୍ବାର ନେତୃତ୍ବାଧୀନ ‘ଏନସିପି’ ୫୯ ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ମିଳିତ ବିରୋଧୀ କ୍ୟାମ୍ପରୁ କଂଗ୍ରେସ ସର୍ବାଧିକ ୧୦୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା (ଉଦ୍ଧବ ଗୋଷ୍ଠୀ) ୯୫, ଶରଦ ‘ପାଓ୍ବାର-ଏନସିପି’ ୮୬ ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ଛଡା ମୟାବତୀଙ୍କ ‘ବହୁଜନ ସମାଜବାଦୀ ପାର୍ଟି’ ବିଏସପି ଓ ଅସଦୁଦ୍ଦିନ ଓଓ୍ବେସୀଙ୍କ ନେତୃତ୍ବାଧୀନ ‘AIMIM’ ମଧ୍ୟ ଯଥାକ୍ରମେ ୨୩୭ ଓ ୧୭ ଆସନରେ ପ୍ରାର୍ଥୀ ଲଢାଇ ନିର୍ବାଚନୀ ମୈଦାନରେ ବଳ କଷୁଛନ୍ତି ।
Comments ସମସ୍ତ ମତାମତ