ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ବୟସ ୨୫ରୁ ହ୍ରାସ କରି ୨୧ ବର୍ଷ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା। ସେ କହିଛନ୍ତି, ଭାରତ ବିଶ୍ଵର ଯୁବଶକ୍ତି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମ ଦେଶର ମୋଟ ଜନସଂଖ୍ୟାର ୬୫% ୩୫ ବର୍ଷରୁ କମ୍ ବୟସ୍କ। ୫୦% ଲୋକଙ୍କ ବୟସ ୨୫ ବର୍ଷରୁ କମ୍। ସ୍ଵାଧୀନତା ପରେ ଯେତେବେଳେ ଆମ ଦେଶର ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା ସେତେବେଳେ ୨୬% ସଦସ୍ୟ ୪୦ ବର୍ଷରୁ କମ ବୟସ୍କ ଥିଲେ। ନିକଟରେ ୨ ମାସ ତଳେ ଶେଷ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ମାତ୍ର ୧୨% ସଦସ୍ୟ ୪୦ ବର୍ଷରୁ କମ୍ ବୟସ୍କ। ଆମର ଏକ ଯୁବଦେଶ, କିନ୍ତୁ ଆମ ରାଜନେତା ବୟସ୍କ। ଯୁବ ରାଜନେତାଙ୍କୁ ନେଇ ଆମେ ଯୁବ ଦେଶର ଅଭିଳାସ ରଖିବା ଉଚିତ। ତେଣୁ ନିର୍ବାଚନରେ ଲଢ଼ିବାକୁ ସର୍ବନିମ୍ନ ବୟସ ୨୧ ବର୍ଷ କରିବା ଉଚିତ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ