Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ପ୍ରତାପ ଷଡଙ୍ଗୀ ଆଗୁଆ; ଲେଖାଶ୍ରୀ ପଛୁଆ

    Share on :
    ajab-Image
    Date: Jun 4, 2024    Views: 3306

    ଭୁବନେଶ୍ୱର: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛି ବିଜେଡି। ଉଭୟ ବ୍ରହ୍ମପୁର ଓ ବାଲେଶ୍ୱର ଲୋକସଭା ଆସନରେ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ। ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

    ସେହିପରି ବାଲେଶ୍ୱରରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତରାୟ। ଲେଖାଶ୍ରୀ ବିଜେପି ଛାଡ଼ି ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ମାତ୍ର ପ୍ରତାପ ଷଡଙ୍ଗୀଙ୍କ ଉପରେ ଭୋଟରମାନେ ତାଙ୍କଠୁ ଅଧିକ ବିଶ୍ୱାସ କରିଥିବା ଦେଖିବାକୁ ମିଳୁଛି। ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ନରସିଂହ ଭତ୍ରା ଆଗୁଆ ଅଛନ୍ତି। ମାତ୍ର ଜଳେଶ୍ୱର ବିଧାନସଭାରେ ବିଜେଡି ପ୍ରାର୍ଥୀ ଅଶ୍ୱିନୀ ପାତ୍ର ଆଗୁଆ ଥିବା ବେଳେ ଜଟଣୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଭୁତି ବଳବନ୍ତରାୟ ଆଗରେ ରହିଛନ୍ତି।

    Maximum 500 characters

    ସିନେମା View all

    Find Us on Facebook