Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରତ୍ୟାଶା ରାୟ ଏକଲବ୍ୟ ପୁରସ୍କାର ବିଜେତା

    Share on :
    ajab-Image
    Date: Sep 23, 2024    Views: 4723

    ଭୂବନେଶ୍ୱର : ଓଡିଶାର କ୍ରୀଡା କ୍ଷେତ୍ରରେ ଏକ ଅନନ୍ୟ କୃତିତ୍ୱ ପାଇଁ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।  ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଇଛି।

    ଉଦୀୟମାନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ବହୁ ଖ୍ୟାତି ସମ୍ପନ୍ନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି  । ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ୟ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ  ଟଙ୍କାରୁ ବର୍ଦ୍ଧିତ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ ।ତାଙ୍କ ସହ ଜାତୀୟ ଓ ଆର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍‌ ଜୟରାମ  ଓ ବ୍ୟାଡମିଣ୍ଟନ୍‌ ଖେଳାଳୀ ତାନଭି ପତ୍ରୀ ପ୍ରତ୍ୟେକଙ୍କୁ ଏହି ବର୍ଷ ଠାରୁ ୧ ଲକ୍ଷ ଟଙ୍କା ରୁ ବର୍ଦ୍ଧିତ ୧.୫ ଲକ୍ଷ ଟଙ୍କା ଓ ମାନପତ୍ରରେ ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ୟ୍ୟକ୍ରମରେ ପୁରସ୍କାର ଦିଆଯିବ  ।  ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ "ଇଣ୍ଡିଆନ୍‌ ମେଟାଲସ୍‌ ପବ୍ଳିକ୍‌  ରିଟେବଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ)' ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ୟ୍ୟାଦାଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ । କ୍ରୀଡା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ  । ବହୁ ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରିଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମପ୍ରତ୍ୟୟ ବୃଦ୍ଧିରେ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି । 

    ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ’ଇମ୍ପାକ୍ଟ'ର ଟ୍ରଷ୍ଟି ତଥା ଅଧ୍ୟକ୍ଷ ଏକଲବ୍ୟ ପୁରସ୍କାର କମିଟି ବୈଜୟନ୍ତ ପଣ୍ଡା କହିଥିଲେ, ଏହି ପୁରସ୍କାର ମାଧ୍ୟମରେ   ରାଜ୍ୟର ଉଦୀୟମାନ  କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ, ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନକରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ । କ୍ରୀଡା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ । ଏକଲବ୍ୟ ପୁରସ୍କାର କମିଟି ର ଆବାହକ ଶଶାଙ୍କ ପଟ୍ଟନାୟକ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ   ।

    Maximum 500 characters

    ଖେଳ ଖବର View all

    Find Us on Facebook