Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ବଢ଼ିଲା ଦର, ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା

    Share on :
    ajab-Image
    Date: Jul 19, 2026    Views: 3083

    ଭୁବନେଶ୍ୱର: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା । କିଛିଦିନ ତଳେ ୭ଟଙ୍କା ୧୫ ପଇସା ଥିଲା । ହଠାତ୍ ଦର ସିଧା ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ପୂର୍ବରୁ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଞ୍ଚିଛି ।
    ଅଣ୍ଡା ଦର ବୃଦ୍ଧିକୁ ନେଇ ଯୁକ୍ତି ରଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ସେ କହିଛନ୍ତି ବିଭିନ୍ନ କାରଣ ନେଇ  ଅଣ୍ଡା ଦର ବଢିଛି । ୭ଟଙ୍କା ୧୫ ପଇସାରେ ଅଣ୍ଡା ଉତ୍ପାଦନକାରୀମାନେ ବିକୁଛନ୍ତି । ଖୁଚୁରା ବ୍ୟବସାୟୀମାନେ ପାଖାପାଖି ଗୋଟିଏ ଅଣ୍ଡାକୁ ୯ ଟଙ୍କା ରେ ବିକ୍ରି କରୁଛନ୍ତି । ବିଶ୍ୱ ସ୍ତରୀୟ ଚାହିଦା ବୃଦ୍ଧି ପାଉଛି, ଅଣ୍ଡା ରପ୍ତାନି ବୃଦ୍ଧି ପାଇଛି । ଅଣ୍ଡାର ରପ୍ତାନୀ ବଢିଛି ଓ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ମୋର୍ଟଲିଟି ରେଟ ବଢିଛି । ଏହାହିଁ ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ । ୧ କୋଟି ପର୍ଯ୍ୟନ୍ତ ସବସିଡି ଦେଉଛୁ କିନ୍ତୁ ଆଗକୁ ୧୦ କୋଟି ଟଙ୍କା ସବସିଡି କରିବୁ।  ଯାହାଫଳରେ ଅଣ୍ଡା ଚାହିଦା ପୂରଣ ହୋଇପାରିବ। ବର୍ତ୍ତମାନ ସେତେବେଳେ ଦର କମିବ ଯେତେବେଳେ ଉତ୍ପାଦନ ହାର ବଢ଼ିବ । ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
    ସେହିଭଳି ରାଜ୍ୟରେ ଦୈନିକ ୧ କୋଟି୨୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ସେହି ଅନୁପାତରେ ବାର୍ଷିକ ୪୬୦ କୋଟି ଅଣ୍ଡା ଉତ୍ପାଦନ ହେଉଛି । ତେବେ ରାଜ୍ୟରେ ବାର୍ଷିକ ୮୦୦ରୁ ୯୦୦ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଅଭାବ ଦେଖା ଯାଉଛି। ଏହାକୁ ୨ କୋଟି ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook