ମୁଖ୍ୟ ଖବର
ଭୁବନେଶ୍ୱର: ଗଞ୍ଜାମ ଜିଲାର ୨୫ରୁ ଅଧିକ ସ୍ଥାନରେ ଚଢାଉ ପରେ ପ୍ରେସ୍ ରିଲିଜ୍ ଜାରି କରି ସମସ୍ତ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢାଉ ବେଳେ ନଗଦ ୨.୬୩କୋଟି ଟଙ୍କା ଜବତ କରିଥିବା ସ୍ପଷ୍ଟ କରିଛି ଇଡି । ନଗଦ ଟଙ୍କା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଅନେକ ବେନାମୀ ଦାମୀ ଗାଡି ମଧ୍ୟ ଜବତ କରିଛି ଇଡି । ଜିଲାରେ ବାଲି ଓ କଳା ପଥର ଚାଲାଣ ନେଇ ଇଡି ଚଢାଉ କରିଥିଲା । ୬ଟି ରାଜ୍ୟ ପ୍ରତିନିଧିତ୍ୱ କରୁଥିବା ୧୭୫ରୁ ଅଧିକ ଅଧବକାରୀ ଅବୈଧ ବାଲି ଏବଂ କଳାପଥର ଖରିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିବିଶେଷ, ଏବଂ ଦେଶୀ ମଦ ଭାଟି କାର୍ୟ୍ୟ ସହିତ ଜଡିତ ଠିକାଦାର ଏବଂ ମାଲିକଙ୍କ ଘରେ ଚଢାଉ କରିଥିଲା ଇଡି ।
ସମ୍ପ୍ରତି ସିଏଜି ଗଞ୍ଜାମ ଜିଲାର ଋଷିକୂଲ୍ୟା, ବାହୁଦା ଏବଂ ବଡା ନଦୀ ପଟରେ ବ୍ୟାପକ ଅବୈଧ ଖଣି କାରବାରକୁ ଚିହ୍ନଟ କରିଛି । ସିଣ୍ଡିକେଟର ଅନେକ ସଦସ୍ୟଙ୍କ ବିରୋଧରେ ଗଞ୍ଜାମ ଜିଲାରେ ମାମଲା ରୁଜୁ ହୋଇଛି, ଯେଉଁଥିରେ ହତ୍ୟା, ଅପହରଣ, ଶାରୀରିକ ଆକ୍ରମଣ, ଜାଲିଆତି, ଠକେଇ, ଏବଂ ଦାଦାବଟି ଆଦାୟ ଭଳି ଗମ୍ଭୀର ଅପରାଧ ସାମିଲ ଅଛି । ତେବେ ଚଢାଉ ବେଳେ ମୋଟ ୨.୬୩କୋଟି ଟଙ୍କା ନଗଦ ସହିତ ଅନେକ ଅପରାଧୀ ଡକ୍ୟୁମେଣ୍ଟ, ଯଥେଷ୍ଟ ସମ୍ପତ୍ତି ରେକର୍ଡ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ପାଦିତ ବିଦ୍ୟୁତ୍ ଚୁକ୍ତିନାମା ଏବଂ ଖଣି ଲିଜ୍ ସମେତ ଚୁକ୍ତିନାମା ଉଦ୍ଧାର କରାଯାଇଥିଲା। ଏହି ଜିନିଷଗୁଡ଼ିକ ସେମାନଙ୍କ କବଜାରୁ ଯଥାସମ୍ଭବ ଜବଦ କରାଯାଇଥିଲା। ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।
Comments ସମସ୍ତ ମତାମତ