Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖଣି ମାଲିକ ରଞ୍ଜନ ଦାଶଙ୍କ ଠିକଣାରେ ଇଡି ରେଡ

    Share on :
    ajab-Image
    Date: Aug 31, 2025    Views: 3816

    ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ରେଡ। ଖଣି ମାଲିକ ରଞ୍ଜନ ଦେଶଙ୍କ ଘର ସମେତ ଅଫିସ ଠିକଣାରେ ଇଡି ପକ୍ଷରୁ ଶନିବାର ଠାରୁ ଚଢ଼ଉ ଜାରି ରହିଛି। ଏହି ସମୟରେ ପୁଳାପୁଳା ଟଙ୍କା ସହ ୧୦ଟି ବିଳାସପୂର୍ଣ୍ଣ କାର ଓ ୩ଟି ସୁପର ବାଇକ୍ ଜବତ ହୋଇଛି। ୧୦ ଦାମୀ ଗାଡ଼ି ମଧ୍ୟରେ ଅତ୍ୟାଧୁନିକ ପୋର୍ସେ ଓ ବିଏମଡବ୍ଲ୍ୟୁ ମଧ୍ୟ ରହିଛି। ଏହାବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ କରିଛନ୍ତି।ଦେଶର ଅନ୍ୟତମ ବଡ଼ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାର ଯାଞ୍ଚ ବେଳେ ଶ୍ରୀ ଦାଶଙ୍କ ମାଲିକାନାରେ ଥିବା Anmol Mines Private Limited (AMPL) ଓ M/s Anmol Resources Private Limited (ARPL)ର ବିଭିନ୍ନ ଠକଣାରେ ରେଡ ହୋଇଛି।ଶନିବାର ଠାରୁ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘର ଆରମ୍ଭ ହୋଇଥିବା ରେଡ ବେଳେ ଆଖି ଲାଖି ଯିବା ଭଳି ସମ୍ପତ୍ତି ମିଳିଛି। ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଞ୍ଚଳ ପ୍ରଦେଶ ପୁଲିସ ନିକଟରେ ପ୍ରଥମେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶିମଲା ସ୍ଥିତ ଜୋନାଲ ଅଫିସ ମନି ଲଣ୍ଡରିଂ ମାମଲା ରୁଜୁ କରି ରେଡ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook