ମୁଖ୍ୟ ଖବର
ଜାକର୍ତ୍ତା/ନୂଆଦିଲ୍ଲୀ: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ପୂର୍ବାହ୍ନ ପ୍ରାୟ ୧୦ଟା ୨୬ ମିନିଟ୍ରେ ଏହି କମ୍ପନ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୨ ରହିଥିବା ରେକର୍ଡ କରାଯାଇଛି।ଭାରତର ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ର ତଥ୍ୟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୦ କିଲୋମିଟର ଗଭୀରରେ ରହିଥିଲା। ସୁମାତ୍ରା ଅଞ୍ଚଳରେ ହୋଇଥିବା ଏହି ଶକ୍ତିଶାଳୀ କମ୍ପନ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି।
ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି ଯେ, ଏହି ଭୂମିକମ୍ପ ପରେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମି (Tsunami) ସତର୍କତା ଜାରି କରାଯାଇ ନାହିଁ। ସେହିପରି ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ପ୍ରକାରର ପ୍ରାଣହାନି କିମ୍ବା ବଡ଼ ଧରଣର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆ ‘ରିଙ୍ଗ୍ ଅଫ୍ ଫାୟାର୍’ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ଓ ଆଗ୍ନେୟଗିରି ଉଦ୍ଗୀରଣ ଦେଖାଯାଇଥାଏ। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Comments ସମସ୍ତ ମତାମତ