Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

    Share on :
    ajab-Image
    Date: May 18, 2025    Views: 3063

    ନୂଆଦିଲ୍ଲୀ: ଭାରତ ଏବଂ ଇଣ୍ଡୋନେସିଆରେ ଭୂକମ୍ପ ଝଟକା। ଆଜି ସକାଳ ପ୍ରାୟ ୫ ଟା ୬ ମିନିଟ ସମୟରେ ଭାରତର ଅରୁଣାଚଳ ପ୍ରଦେଶରେ ରିକ୍ଟର ସ୍କେଲରେ ୩.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର କେନ୍ଦ୍ରସ୍ଥଳ ଦିବାଙ୍ଗ ଉପତ୍ୟକାର ୧୦ କିଲୋମିଟର ଗଭୀରରେ ଅବସ୍ଥିତ। ଯଦିଓ ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ସେହିପରି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ,ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ୫୦ସମୟରେ, ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୫୮ କିଲୋମିଟର ଗଭୀରରେ ଠାବ କରାଯାଇଛି। 
    ଭୂମିକମ୍ପ ଯୋଗୁଁ ଏପର୍ୟ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook