ଗୁଜରାଟ : ସୁରତର ଜଣେ ବ୍ୟବସାୟୀ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ କମ୍ପାନୀର ଲ୍ୟାବ୍ରେ ହୀରାରେ ପ୍ରସ୍ତୁତ ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି ପ୍ରସ୍ତୁତ କରିଛନ୍ତି ଯାହା ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ୪.୫ କ୍ୟାରେଟ୍ ହୀରାରେ ଟ୍ରମ୍ପଙ୍କ ଏପରି କଳାକୃତି କରାଯାଇଛି, ଯାହା ସଭିଁଙ୍କୁ ଆଶ୍ଚର୍ୟ୍ୟ ଚକିତ କରୁଛି ।
କମ୍ପାନୀର ମାଲିକ କହିଛନ୍ତି, ଏହି ହୀରାରେ ପ୍ରସ୍ତୁତ ମୁହଁ ଆକୃତିର କଳାକୃତିକୁ ତିଆରି କରିବାକୁ ୩ ମାସ ସମୟ ଲାଗିଥିଲା । ଏହାର ଦାମ୍ ପ୍ରାୟ ୮,୫୦,୦୦୦ ଟଙ୍କା । କମ୍ପାନୀ ନିଶ୍ଚୟ ଧ୍ୟାନ ଦେଇଛି ଯେ, ଏହା ଟ୍ରମ୍ପଙ୍କ ମୁହଁ ଆକୃତି ଭଳି ନିଶ୍ଚୟ ଦେଖାଯିବ ଉଚିତ୍ । କାରଣ ଏହା ଭାରତ ଓ ଆମେରିକା ମଧ୍ୟରେ ସମ୍ବନ୍ଧର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ। ହୀରାରେ ପ୍ରସ୍ତୁତ ଏହି କଳାକୃତିକୁ ୫ ଜଣ ଅନୁଭବୀ ହୀରା ବଣିଆ ଏହାକୁ ପ୍ରସ୍ତୁତ କରିଛନ୍ତି।
Comments ସମସ୍ତ ମତାମତ