Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରଫେସର ଡାକ୍ତର ଗୋପାଳ କରଙ୍କ ଦେହାନ୍ତ

    Share on :
    ajab-Image
    Date: Jan 20, 2025    Views: 3521

    କଟକ: ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ରବିବାର ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୀନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ୟ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ୟ୍ୟ କରିଥିଲେ । ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ, ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଥିଲେ । ସେ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ୟ୍ୟ ତୁଲାଇ ପାରିଛନ୍ତି । ସମାଜକଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି ।

    ୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ । ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆଓ୍ବାର୍ଡ ଓ ଏ.ପି. ବର୍ମା ଆରେସନ ଆଓ୍ବାର୍ଡ ଅନ୍ୟତମ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଯାଇଛି । ମୃତ୍ୟୁ ବେଳକୁ ପାଖରେ ସହଧର୍ମିଣୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର- ଇଂ. ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସମ୍ରାଟ କର, ପୁତ୍ରବଧୂ-ନୀତି କର, ଶୈଳବାଳା କର, ଡାକ୍ତର ଶୁଭଶ୍ରୀ ମିଶ୍ର ଓ ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook