ମୁଖ୍ୟ ଖବର
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଏହି ଦିନ ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ ଅଫିସ ବନ୍ଦ ରହିବ । ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ । ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ୨୦ ତାରିଖରେ ନୂଆପଡ଼ାରେ ସରକାରୀ ଅଫିସ/ ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ ।ତେବେ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟ ଦିବସଭାବେ ଘୋଷଣା କରାଯାଇଛି । ଚଳିତବର୍ଷ ଦୀପାବଳି ପାଇଁ ସରକାରୀ ଛୁଟିର ତାରିଖ ପରିବର୍ତ୍ତନ ସଂକ୍ରାନ୍ତରେ ଏକ ଫାଇଲ ରାଜସ୍ବ ବିଭାଗ ପକ୍ଷରୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ।। ସରକାରଙ୍କ ଅନୁମୋଦନ ପରେ ଦୀପାବଳି ଛୁଟି ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ଦୀପାବଳି ନେଇ ଚଳିତ ଥର ଦ୍ବନ୍ଦ୍ବ ଉପୁଜି ଥିଲା। କିଛି ଲୋକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି। ଆଉ କିଛି ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି। ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା।
Comments ସମସ୍ତ ମତାମତ